Categories: ଖେଳ

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା କରିଛନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ ଆକାଶ ଚୋପ୍ରା ଗମ୍ଭୀରଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲି ଦିଲ୍ଲୀର ଡ୍ରେସିଂ ରୁମରୁ କିଛି ଘଟଣା ମନେ ପକାଇଥିଲେ। ଗମ୍ଭୀରଙ୍କ ଆକ୍ରମଣାତ୍ମକତାକୁ ଅନ୍ୟ କ୍ରିକେଟରଙ୍କ ତୁଳନାରେ ଭିନ୍ନ ବୋଲି ବର୍ଣ୍ଣନା କରିଛନ୍ତି।
ଆକାଶ କହିଛନ୍ତି, ଗମ୍ଭୀର ଜଣେ ଭାବପ୍ରବଣ ବ୍ୟକ୍ତି। ସେ କଠିନ ପରିଶ୍ରମୀ। ଟିକିଏ ଗମ୍ଭୀର, କିନ୍ତୁ ବହୁତ ରନ ସ୍କୋର କରିଛନ୍ତି। ସେ ସବୁବେଳେ ନିଜ ହୃଦୟକଥା ଶୁଣନ୍ତି। ଗମ୍ଭୀର ଥରେ ଦିଲ୍ଲୀରେ ଏକ ଟ୍ରକ ଡ୍ରାଇଭର ସହିତ ଝଗଡା କରିଥିଲେ। ସେ ତାଙ୍କ କାରରୁ ଓହ୍ଲାଇ ଟ୍ରକ ଉପରକୁ ଚଢି ଡ୍ରାଇଭରର କଲର ଧରିବାକୁ ଯାଉଥିଲେ। କାରଣ ଡ୍ରାଇଭର୍‌ ତାଙ୍କ ସହ ଦୁର୍ବ୍ୟବହାର କରୁଥିଲେ।

ତେବେ ଦଳର ଶୀର୍ଷ ସ୍ଥାନ ପାଇଁ କଡ଼ା ପ୍ରତିଯୋଗିତା ଥିବାରୁ ଆକାଶ ସ୍ବୀକାର କରିଛନ୍ତି, ସେ ଗମ୍ଭୀରଙ୍କ ବନ୍ଧୁ ନୁହଁନ୍ତି। ଆମେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ କାରଣ ଆମେ ଏକ ସ୍ଥାନ ପାଇଁ ଯୁଦ୍ଧ କରୁଥିଲୁ। ଓପନର୍‌ ଭାବରେ ଆମେ ପ୍ରତିଯୋଗୀତା କରିଥିଲୁ। ସତ କହିବାକୁ ଗଲେ, ଗୌତମ ଜଣେ ବନ୍ଧୁ ନ ଥିଲେ, କିନ୍ତୁ ସେ ଜଣେ ଅତି ଉତ୍ସାହୀ ଖେଳାଳି, ବହୁତ ପରିଶ୍ରମୀ ଥିଲେ।

ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ଆଗାମୀ ଟେଷ୍ଟରେ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ। କୋଚ ଭାବେ ଟିମ ଇଣ୍ଡିଆ ସହିତ ଏହା ତାଙ୍କର ପ୍ରଥମ ଟେଷ୍ଟ ସିରିଜ ହେବ।

Share