Categories: ଖେଳ

ଧୋନୀ, କୋହଲିଙ୍କୁ ସୁପରଷ୍ଟାର କହିବା ବନ୍ଦ କରନ୍ତୁ: ଗମ୍ଭୀର

ନୂଆଦିଲ୍ଲୀ,୨୦।୯: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଭାରତର ‘ଷ୍ଟାର କଲ୍‌ଚର’କୁ କଡ଼ା ସମାଲୋଚନା କରିଛନ୍ତି। ଭାରତୀୟ କ୍ରିକେଟରେ ଖେଳାଳିଙ୍କୁ ସୁପରଷ୍ଟାର କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହା ବାକି ଖେଳାଳିଙ୍କୁ କଷ୍ଟ ଦେଇଥାଏ। ବଡ ଖେଳାଳିଙ୍କ ହେତୁ ସାଥୀ ଖେଳାଳିଙ୍କ ଅବଦାନ ଅଜ୍ଞାତ ହୋଇ ରହିଥାଏ। ସେ କହିଛନ୍ତି,୧୯୮୩ ବିଶ୍ୱକପ ପରେ କପିଲ ଦେବ, ମହେନ୍ଦ୍ର ସିଂ ଧୋନୀ ଏବଂ ବର୍ତ୍ତମାନ ବିରାଟ କୋହଲିଙ୍କୁ ଆମେ ଏତେ ବଡ଼ ଷ୍ଟାର ଭାବିନେଇଛୁ ଯେ ଅନ୍ୟ ଖେଳାଳିଙ୍କ ଅବଦାନ କେହି ଜାଣିପାରୁନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଡ୍ରେସିଂ ରୁମରେ କାହାକୁ ସୁପରଷ୍ଟାର କରାଯିବା ଉଚିତ ନୁହେଁ। ଭାରତୀୟ କ୍ରିକେଟ ଏକମାତ୍ର ସୁପରଷ୍ଟାର ହେବା ଉଚିତ୍‌ ଏବଂ ଖେଳାଳି ନୁହେଁ। ତେଣୁ ଧୋନୀ ଏବଂ କୋହଲି ପୂଜା କରିବା ବନ୍ଦ କରାଯାଉ ବୋଲି ସେ ଯୁକ୍ତି ବାଢିଛନ୍ତି।

Share