Categories: ଖେଳ

ବିଶ୍ୱକପ୍‌ ବିଜୟକୁ ପୁରିଲା ୧୦ ବର୍ଷ; ଗମ୍ଭୀର କହିଲେ ‘ଆଉ ଖୁସି ହେବାର ସମୟ ନାହିଁ, ସମୟ ଆସିଛି…’

ନୂଆଦିଲ୍ଲୀ,୨।୪: ୨୦୧୧ ବିଶ୍ୱକପ୍‌ରେ ଭାରତର ବିଜୟକୁ ପୁରିଛି ଦଶ ବର୍ଷ। ଏହି ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଥିବା କ୍ରିକେଟରଙ୍କ ମଧ୍ୟରେ ଜଣେ ଥିଲେ ଗୌତମ ଗମ୍ଭୀର। ହେଲେ ସେ ଏହାକୁ ନେଇ ଉତ୍ସାହିତ ହେବାକୁ ନେଇ ନିଆରା ପ୍ରତିକ୍ରିୟା ରଖି ଚର୍ଚ୍ଚାରେ।

ଶୁକ୍ରବାର ଦଶ ବର୍ଷ ପୂର୍ତ୍ତି ଅବସରରେ ଖେଳାଳିମାନେ ଉକ୍ତ ଦିନକୁ ମନେପକାଇ ପୋଷ୍ଟ କରୁଛନ୍ତି। ହେଲେ ଗମ୍ଭୀର କହିଛନ୍ତି, ସେହି ଖୁସି କାଲିର କଥା ନୁହେଁ। ମୁଁ ସେଭଳି ଭାବି ପାରିବି ନାହିଁ। କାରଣ ବିଜୟକୁ ଦଶ ବର୍ଷ ବିତି ସାରିଛି। ମୁଁ ସେଭଳି ବ୍ୟକ୍ତି ନୁହେଁ, ଯିଏ ବାରମ୍ବାର ପଛକୁ ଦେଖେ। ଗୌରବମୟ କ୍ଷଣ ଥିଲେ ହେଁ ଏବେ ଭାରତୀୟ ଟିମ୍‌କୁ ଆଗକୁ ବଢ଼ିବାକୁ ହେବ। ସମ୍ଭବତଃ ଶୀଘ୍ର ବିଶ୍ୱକପ୍‌ ଜିତିବାର ସମୟ ଆସିଛି ବୋଲି ସେ କହିଛନ୍ତି।

୨୦୦୭ ବିଶ୍ୱ ଟି୨୦ ଫାଇନାଲରେ ୯୭ରନ୍‌ର ପାଳି ଖେଳିଥିଲେ ଗମ୍ଭୀର। ଏହା ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମାତ୍ର ଏବେ କ୍ରିକେଟ ଭାବେ କରିବା ଉଚିତ ଥିଲା। କାରଣ ଖେଳିବା ଲାଗି ଆମକୁ ଚୟନ କରାଯାଇଥିଲା। ଏବେ ସେହି ଭାବନାକୁ ପୁନର୍ବାର ଅନୁଭବ କରିବାକୁ ଇଚ୍ଛା ନାହିଁ। କାରଣ ଏହା ଅସାଧାରଣ କାମ ନୁହେଁ। ଦେଶକୁ ଗୌରବାନ୍ବିତ କରିଥିଲୁ। ଲୋକମାନେ ଖୁସି ଥିଲେ। ଏଣୁ ସେଭଳି ଖୁସି ପୁଣି ମିଳିବାର ସମୟ ଆସିଛି। ଆଗାମୀ ବିଶ୍ୱକପ୍‌କୁ ନେଇ ପ୍ରସ୍ତୁତ ହେବାର ସମୟ ଆସିଛି ବୋଲି ସେ କହିଛନ୍ତି।