Posted inଖେଳ

ଗୌତମ ଗମ୍ଭୀରଙ୍କ ପାଦ ଚାଟିବା ଉଚିତ୍‌ ନୁହେଁ…କାହିଁକି ଏମିତି କହିଲେ ଗାଭାସ୍କର

ନୂଆଦିଲ୍ଲୀ,୭।୧୦: ଗୌତମ ଗମ୍ଭୀରଙ୍କ କୋଚିଂରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଛି। ବିଶେଷକରି ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଟିମ ଇଣ୍ଡିଆ ଜବରଦସ୍ତ ଢଙ୍ଗରେ ଜିତିଥିଲା। ଏହି ମ୍ୟାଚରେ ପ୍ରଥମ ତିନି ଦିନ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ଏହା ପରେ ଶେଷ ଦୁଇ ଦିନରେ ସମ୍ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା ଏବଂ ଏହା ସତ୍ତ୍ୱେ ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିଥିଲା। ଏହି ବିଜୟ ପରେ ଅନେକ ଲୋକ ଗୌତମ ଗମ୍ଭୀରଙ୍କ କୋଚିଂ ଏବଂ ତାଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ। କିନ୍ତୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ସୁନୀଲ ଗାଭାସ୍କର ସେହି ଲୋକଙ୍କୁ ଭର୍ତ୍ସନା କରିଛନ୍ତି। ସୁନୀଲ ଗାଭାସ୍କର ସେହି ଲୋକଙ୍କୁ ପରାମର୍ଶ ଦେଇଛନ୍ତି, ସେମାନେ ଗୌତମ ଗମ୍ଭୀରଙ୍କ ପାଦକୁ ଚାଟିବା ଉଚିତ୍‌ ନୁହେଁ।

ନିକଟରେ ସୁନୀଲ ଗାଭାସ୍କର ଏକ ସ୍ତମ୍ଭ ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ଟିମ ଇଣ୍ଡିଆର ଆକ୍ରମଣାତ୍ମକ ଚିନ୍ତାଧାରା ପାଇଁ ରୋହିତ ଶର୍ମାଙ୍କୁ ଶ୍ରେୟ ଦିଆଯିବା ଉଚିତ୍‌। ଏଥିପାଇଁ ଗମ୍ଭୀରଙ୍କୁ ଶ୍ରେୟ ଦେବା ଠିକ୍‌ ନୁହେଁ। ଅଯଥା ତାଙ୍କ ପାଦ ଚାଟିବା ଅନାବଶ୍ୟକ। ଗମ୍ଭୀର କୋଚ ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଦୁଇ ମାସ ବିତିଗଲାଣି। ସେ ନିଜେ ମ୍ୟାକକୁଲମଙ୍କ ଷ୍ଟାଇଲ୍‌ରେ ଦ୍ରୁତ ଗତିରେ ବ୍ୟାଟିଂ କରି ନ ଥିଲେ। ରୋହିତ ଶର୍ମା ନିଶ୍ଚିତ ଭାବରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ସେ ନିଜ ପାଇଁ ନୁହେଁ ବରଂ ଦଳ ପାଇଁ ବ୍ୟାଟିଂ କରନ୍ତି। କାନପୁର ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ହିଁ ବାଂଲାଦେଶ ଉପରେ ଆକ୍ରମଣ କରିଥିଲେ ଏବଂ ଏହା ପରେ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ ସମାନ ଢଙ୍ଗରେ ବ୍ୟାଟିଂ କରିଥିଲେ।

ସୁନୀଲ ଗାଭାସ୍କର ମଧ୍ୟ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି, କାନପୁର ଟେଷ୍ଟରେ ବିଜୟ ସହ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବା ପାଇଁ ଆବଶ୍ୟକ ପଏଣ୍ଟ ପାଇଛି। ଏହି ମ୍ୟାଚ ଜିତିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦଳ ଜାଣିଥିଲା। ସେହି ଅନୁସାରେ ଖେଳିଲା। ଗାଭାସ୍କରଙ୍କ ଅନୁଯାୟୀ, ଯଦି ଏହା ହୋଇନଥାନ୍ତା ତେବେ ସେ ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳିଥାନ୍ତେ। ତେଣୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଭଳି ଟୁର୍ନାମେଣ୍ଟ ଆୟୋଜନ କରିବା ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ। ଏହା ଟେଷ୍ଟ କ୍ରିକେଟ୍‌କୁ ନୂଆ ଜୀବନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ: ଏହି କ୍ରିକେଟ୍‌ର ହେଲେ ଫୁଲ୍‌ଟାଇମ କୋଚ୍‌

କଲମ୍ବୋ, ୭ା୧୦: ପୂର୍ବତନ ଅଧିନାୟକ ସନଥ ଜୟସୁରିୟା ସୋମବାର ଶ୍ରୀଲଙ୍କା କ୍ରିକେଟ ଦଳର ଫୁଲ୍‌ଟାଇମ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୬ ଟି୨୦...

ଜିମ୍ନାଷ୍ଟିକ୍‌କୁ ବାଏ ବାଏ କହିଲେ ଦୀପା କର୍ମକାର

ନୂଆଦିଲ୍ଲୀ,୭ା୧୦(ପି.ଟି.): ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ସୋମବାର ଅବସର ଘୋଷଣ କରିଛନ୍ତି। ପ୍ରଥମ ଭାରତୀୟ ଭାବରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବେଳେ ରିଓ ୨୦୧୬ରେ...

କିଙ୍ଗ କୋହଲିଙ୍କ ‘ମହାରେକର୍ଡ’ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୭।୧୦: ଗ୍ବାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି -୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଚମତ୍କାର ଇନିଂସ ଖେଳିଥିଲେ। ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ...

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୬ା୧୦: ମହିଳା ଟି୨୦ ବିଶ୍ୱକପରେ ପାକିସ୍ତାନକୁ ୬ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦...

ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ

ଅବନୀ ଲେଖ୍‌ରା। ୧୨ ବର୍ଷର ହୋଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ପାରାଲିସିସ୍‌ ହୋଇଯାଏ। ଫଳରେ ତାଙ୍କୁ ହ୍ବିଲ ଚେୟାରର ସାହାରା ନେବାକୁ ପଡିଲା। ତାଙ୍କର ଦୁନିଆ...

ଶାମିଙ୍କୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୫।୧୦: ଦଳକୁ କେବେ ଫେରିବେ ମହମ୍ମଦ ଶାମି, ଏହା ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର। କାରଣ ଆସନ୍ତା ମାସ ଭାରତୀୟ ଟିମ୍‌ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ।...

ହାତରେ ନୂଆ ଟାଟୁ କଲେ ରିଙ୍କୁ ସିଂ: ୫ ଛକା ସହ ଅଛି କନେକ୍ସନ

ନୂଆଦିଲ୍ଲୀ,୫।୧୦: ନିକଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ହାତରେ ଏକ ଟାଟୁ କରିଛନ୍ତି। ଏହି ଟାଟୁରେ ସେ ‘ଗଡ୍‌ସ ପ୍ଲାନ୍‌’ ଲେଖିଛନ୍ତି। ରିଙ୍କୁ...

ବୀରେନ୍ଦ୍ର ସେହଓ୍ବାଗଙ୍କୁ କିଏ ଡ୍ରେସିଂ ରୁମରେ ପିଟିଥିଲେ, କଲାର ଧରି…

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗ ସବୁ ସମୟରେ ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିବେଚିତ ହୋଇଛନ୍ତି। ସବୁବେଳେ ପଡ଼ିଆରେ ରିସ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri