Categories: ଜାତୀୟ

ଏଲଗାର ପରିଷଦ ମାମଲାରେ ଗୌତମ ନବଲଖାଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୫: ଏଲଗାର ପରିଷଦ-ମାଓବାଦୀ ସଂଯୋଗ ମାମଲାରେ ଗୌତମ ନବଲଖାଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ମଙ୍ଗଳବାର (ମେ ୧୪, ୨୦୨୪) କୋର୍ଟ ନବଲଖାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଗୌତମ ନବଲଖାଙ୍କ ଜାମିନରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟସୀମା ବୃଦ୍ଧି କରିବାକୁ କୋର୍ଟ ମନା କରି ଦେଇଛନ୍ତି। ଗିରଫ ସମୟରେ ସୁରକ୍ଷା ଖର୍ଚ୍ଚ ହିସାବରେ ନବଲଖାଙ୍କୁ ୨୦ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୌତମ ନବଲଖାଙ୍କୁ ତାଙ୍କ ବୟସ ଏବଂ ସ୍ବାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ନଭେମ୍ବର ୨୦୨୨ରୁ ଘରେ ନଜରବନ୍ଦୀ ରଖାଯାଇଛି। ସୂଚନାଯୋଗ୍ୟ, ସରକାରଙ୍କୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର କରିବା ଏବଂ ଜାନୁଆରୀ ୧, ୨୦୧୮ରେ ଭୀମା କୋରେଗାଓଁ ସ୍ମାରକୀରେ ଜାତି ଦଙ୍ଗା ସୃଷ୍ଟି କରିବା ଅଭିଯୋଗରେ ପୁଣେ ପୋଲିସ ଏବଂ ପରେ ଏନଆଇଏ ଦ୍ୱାରା ନବଲଖାଙ୍କୁ ଗିରଫ କରାଯାଇଥିଲା।

Share