ଗୌତମ ପାତ୍ରଙ୍କୁ ନୂତନ ଦାୟିତ୍ୱ

ଭୁବନେଶ୍ୱର,୫।୧୧ୟୁକୋ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରଠାରେ ଏକ ନୂତନ ମହାପ୍ରବନ୍ଧକ କାର୍ଯ୍ୟାଳୟର ଶୁଭାରମ୍ଭ କରାଯାଇଛି। ବିଶେଷକରି ବ୍ୟାଙ୍କର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଭଳି ରାଜ୍ୟରେ ବ୍ୟାଙ୍କର ସାମଗ୍ରିକ ବ୍ୟବସାୟରେ ଅଭିବୃଦ୍ଧି ଆଣିବା ପାଇଁ ଉକ୍ତ ମହାପ୍ରବନ୍ଧକ କାର୍ଯ୍ୟାଳୟ କାମ କରିବ। ଅପରପକ୍ଷରେ ମହାପ୍ରବନ୍ଧକ ଗୌତମ ପାତ୍ର ପ୍ରଥମ ଥର ପାଇଁ ଉକ୍ତ କାର୍ଯ୍ୟାଳୟର ମୁଖ୍ୟ ରୂପେ ଯୋଗଦେଇଛନ୍ତି। ଏହା ପୂର୍ବରୁ ପାତ୍ର ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ରୂପେ କାର୍ଯ୍ୟ ସମ୍ପାଦନ କରୁଥିଲେ। ସେହିଭଳି ଉପରୋକ୍ତ ୪ ରାଜ୍ୟର ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ରାୟପୁର ଓ ହାଇଦ୍ରାବାଦଠାରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଅଭିବୃଦ୍ଧି ଆଣିବା ସହ ବୈଦେଶିକ ମୁଦ୍ରା କାରବାର, ରପ୍ତାନି କାରବାର ଓ ଗ୍ରାହକମାନଙ୍କୁ ବ୍ୟାଙ୍କ ସହ ଯୋଡ଼ି ରଖିବା ପାଇଁ ଅଧିକ ଧ୍ୟାନଦେବାକୁ ଉକ୍ତ କାର୍ଯ୍ୟାଳୟ କାର୍ଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖସୁଛି ପାରଦ, ଥରାଇବ ଶୀତ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା):ଗତ କିଛିଦିନ ଧରି ସାରା ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହୁଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଖସିଛି। ଅନ୍ୟଜିଲାଗୁଡ଼ିରେ ତାପମାତ୍ରାରେ...

ରାଗରେ ନିଆଁବାଣ ହୋଇଗଲେ ମୁଖ୍ୟମନ୍ତ୍ରୀ: ଶେଷରେ ଚାଲିକି ଗଲେ…

କଟକ,୧୬।୧୧: ବାଲିଯାତ୍ରା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ଅତିଥି ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌ରୁ...

ଏଆଇପିଏନ୍‌ବିଓଏର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ

ଭୁବନେଶ୍ୱର,୧୬।୧୧: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଅଫିସର୍ସ ଆସୋସାଏଶନ (ଏଆଇପିଏନ୍‌ବିଓଏ)ର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ ଶୁକ୍ରବାର ସମ୍ବଲପୁରର ରେଲୱେ ୟାର୍ଡ ଗ୍ରାଉଣ୍ଡ୍‌ଠାରେ ଆରମ୍ଭ...

ଚାନ୍ଦି ଭଣ୍ଡାରର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ରାଜ୍ୟର ଅଗ୍ରଣୀ ରୁପା ରିଟେଲ ଚେନ୍‌ ‘ଚାନ୍ଦି ଭଣ୍ଡାର’ର ବହୁ ପ୍ରତୀକ୍ଷିତ ତଥା ନୂତନ ଅଭିଯାନ (କ୍ୟାମ୍ପେନ) ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’...

ଜିଓ ୱାଲର୍‌ଡ ପ୍ଲାଜାରେ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ୍‌

ମୁମ୍ବାଇ,୧୬।୧୧ (ଅଭୟ ଦାଶ): ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ତଥା ପ୍ରିମିୟମ ବ୍ରାଣ୍ଡ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଜିଓ ୱାଲର୍‌ଡ ପ୍ଲାଜାଠାରେ ଉଦ୍‌ଘାଟିତ...

୭.୨% ହାରରେ ଅର୍ଥନୀତି ଅଭିବୃଦ୍ଧି ଆକଳନ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି ଏବଂ ୨୦୨୪ କ୍ୟାଲେଣ୍ଡର ବର୍ଷରେ ୭.୨ ପ୍ରତିଶତ ଏବଂ ୨୦୨୫ରେ ୬.୬ ପ୍ରତିଶତ ବୃଦ୍ଧି ପାଇବ...

ପେସା ଆଇନ କ’ଣ? ଯାହାକୁ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୬ା୧୧ (ଅନିଲ ଦାସ):ପଞ୍ଚାୟତ ଏକ୍ସଟେନଶନ ଟୁ ସିଡ୍ୟୁଲ ଏରିଆଜ୍‌ (ପେସା) ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନିଆଯିବ। ଏଥିସହିତ ରାଜ୍ୟ ସରକାର ସଚେତନତା...

ଭୁବନେଶ୍ୱର ବିମାନ ବନ୍ଦରରୁ ୫, ଝାରସୁଗୁଡାରୁ ୪ ସହରକୁ ସିଧା ସଳଖ ଉଡିବ ବିମାନ

ଭୁବନେଶ୍ୱର,୧୫ା୧୧(ଅନିଲଦାସ)-ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍‌, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧା ସଳଖ ବିମାନ ସେବା ଆରମ୍ଭ ହେବ। ସେହିପରି ଝାରସୁଗୁଡା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri