ନୂଆଦିଲ୍ଲୀ,୨୨।୯: ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ ୨୦୨୧-୨୨ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣରେ ପ୍ରାୟ ୧୦.୯୪ ଟ୍ରିଲିୟନ ଡଲାର ବା ୧୫ ପ୍ରତିଶତରୁ ଅଧିକ ଯୋଗଦାନ କରିଛନ୍ତି। ଏପରିକି ବୁଧବାର ଆଇଆଇଏଫ୍ଏଲ୍ ଓ୍ବେଲ୍ଥ ହୁରୁନ୍ ଇଣ୍ଡିଆ ଧନୀ ତାଲିକା-୨୨ ଅନୁସାରେ ଗୌତମ ଆଦାନୀ ବିଶ୍ବର ୨ୟ ଧନୀବ୍ୟକ୍ତିର ମାନତ୍ୟ ହାସଲ କରିଛନ୍ତି। ଅପରପକ୍ଷରେ ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ଅତି ଦ୍ରୁତଗତିରେ ବଢ଼ିଚାଲିଛି। ଫଳରେ ବର୍ଷକ ମଧ୍ୟରେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୨ଗୁଣିତ ହୋଇଯାଇଛି। ଏପରିକି ଗତ ବର୍ଷକ ମଧ୍ୟରେ ତାଙ୍କର ମୋଟ ସମ୍ପତ୍ତିରେ ୭୩ ବିଲିୟନ ଡଲାର ଯୋଗହୋଇଛି ଅର୍ଥାତ୍ ଦିନକୁ ତାଙ୍କର ହାରାହାରି ଆୟ ୧୬୧୨ କୋଟି ଟଙ୍କା ରହିଛି ବୋଲି କୁହାଯାଇଛି।