Posted inଖେଳ

‘ଡ୍ରିଙ୍କ ବ୍ରେକ’କୁ ଶେଷ କରିବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୧୮।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର କ୍ରିକେଟରେ ନିୟମ କରୁଥିବା ବ୍ୟକ୍ତିଙ୍କୁ ଏକ ବଡ ପ୍ରସ୍ତାବ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ବୋଲରଙ୍କ ପାଇଁ ଅନୌପଚାରିକ ପାନୀୟ ବିରତି ବା ଡ୍ରିଙ୍କ ବ୍ରେକ୍‌ ଶେଷ କରିବାକୁ ଗାଭାସ୍କର ଅଧିକାରୀମାନଙ୍କୁ କହିଛନ୍ତି। ଗାଭାସ୍କର କହିଛନ୍ତି ଯେ ଯେତେବେଳେ ଡ୍ରିଙ୍କ ବ୍ରେକ ସ୍ଥିର ହୋଇସାରିଛି, ତେବେ ହଠାତ୍‌ ଅନୌପଚାରିକ ଡ୍ରିଙ୍କ ବ୍ରେକ ନେବାର କ’ଣ ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ,କ୍ରିକେଟରେ ଟିମ୍‌ମାନେ ଦ୍ରୁତ ବୋଲରମାନଙ୍କୁ ହାଇଡ୍ରେଟ ରଖିବା ପାଇଁ ମାଉଣ୍ଡାରି ରୋପ ନିକଟରେ ପାନୀୟ ଇତ୍ୟାଦି ରଖନ୍ତି ଏବଂ କେତେଜଣ ଖେଳାଳି ମଧ୍ୟ ସେଠାରେ ଉପସ୍ଥିତ ରୁହନ୍ତି, ଯେଉଁମାନେ ସେମାନଙ୍କୁ ଡ୍ରିଙ୍କ୍ସ ଯୋଗାନ୍ତି। ଏହି ପ୍ରସଙ୍ଗରେ ଗାଭାସ୍କର ନିଜର ସ୍ବର ଉତ୍ତୋଳନ କରିଛନ୍ତି। ଗାଭାସ୍କର କହିଛନ୍ତି ଯେ ଯେତେବେଳେ ବ୍ୟାଟ୍ସମ୍ୟାନ ପ୍ରତ୍ୟେକ ଓଭରରେ ଡ୍ରିଙ୍କ ମାଗି ପାରିବେ ନାହିଁ, ସେତେବେଳେ ତାଙ୍କୁ କେବଳ ସରକାରୀ ପାନୀୟ ବିରତି ସମୟରେ ଅନୁମତି ଦିଆଯାଏ, ତେବେ ବୋଲରମାନେ କାହିଁକି ସୁବିଧା ପାଆନ୍ତି ବୋଲି ସେ କହିଛନ୍ତି।

ଏକ ସ୍ତମ୍ଭରେ ସୁନୀଲ ଗାଭାସ୍କର ଲେଖିଛନ୍ତି, କ୍ରିକେଟରେ ବୋଲରମାନେ, ବିଶେଷକରି ଦ୍ରୁତ ବୋଲରମାନେ ଏକ ଓଭର ପୂରଣ କରିବା ପରେ ସୀମାରେ ଡ୍ରିଙ୍କ କରିବା ଅଧିକାରୀଙ୍କ ଆଖି ବୁଜିବାର ଏକ ଉଦାହରଣ। ଯଦି ବୋଲର ନିଜେ ପ୍ରତ୍ୟେକ ଓଭରରେ ୬ଟି ବଲ ବୋଲିଂ କରନ୍ତି। ଯଦି ସେ ହାଇଡ୍ରେଟିଂ କରୁଛନ୍ତି ତେବେ କାହିଁକି ଏକ ପାନୀୟ ବ୍ରେକ ଅଛି ବୋଲଇ ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଦେଖନ୍ତୁ ବ୍ୟାଟସମ୍ୟାନଙ୍କ ପାଇଁ ଏଭି ଅନୁମତି ନାହିଁ। ଯଦି ସେମାନେ ଗୋଟିଏ ଓଭରରେ ୭-୮ ରନ ଦୌଡି କରି ନେଉଛନ୍ତି, ତା’ପରେ ବି ସେମାନେ ଏମିତି କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

ତେଜସ୍ବୀଙ୍କ ଅଧିନାୟିକତ୍ୱରେ ଖେଳିଛନ୍ତି ବିରାଟ କୋହଲି, ଓଡ଼ିଶା ବିପକ୍ଷରେ…ଜାଣନ୍ତୁ

ନୂଆଦିଲ୍ଲୀ,୧୮।୯: ଭାରତୀୟ ରାଜନେତା ତେଜସ୍ବୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଟିମ ଇଣ୍ଡିଆର ବର୍ତ୍ତମାନର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି...

ଚାଇନାକୁ ହରାଇ ଭାରତ ଏସିଆ ଚାମ୍ପିୟନ

ନୂଆଦିଲ୍ଲୀ,୧୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ...

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri