ବ୍ରିସବେନ,୧୮।୧୦: ଆରମ୍ଭରୁ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଟି -୨୦ ବିଶ୍ୱକପ ୨୦୨୨। ଦୁଇ ଦିନରେ ଦୁଇଟି ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୋଟିଏ ପଟେ ନାମିବିଆ ଏସିଆ କପ୍ ଚାମ୍ପିୟନ ଶ୍ରୀଲଙ୍କାକୁ ପରାସ୍ତ କରିଥିବାବେଳେ ସ୍କଟଲ୍ୟାଣ୍ଡ ଦୁଇଥର ଟି -୨୦ ବିଶ୍ୱକପ ଚାମ୍ପିଅନ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ଅନ୍ୟପକ୍ଷରେ ସୋମବାର ପ୍ରଥମ ଅଭ୍ୟାସ ମ୍ୟାଚରେ ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ୬ ରନ୍ରେ ପରାସ୍ତ କରିଛି। ଏସବୁ ମଧ୍ୟରେ ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଟି -୨୦ ବିଶ୍ୱକପ ୨୦୨୨ ର ଫାଇନାଲିଷ୍ଟଙ୍କୁ ନେଇ ପୂର୍ବାନୁମାନ କରିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ୨୦୨୨ ବିଶ୍ୱକପ୍ର ଫାଇନାଲ ଖେଳିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ସେହିଭଳି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ ମୁଡି ମଧ୍ୟ ଫାଇନାଲିଷ୍ଟ ଚୟନ କରିଛନ୍ତି। ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ ଏବଂ ପାକିସ୍ଥାନକୁ ସେମିଫାଇନାଲିଷ୍ଟ ଭାବରେ ବାଛିଥିବା ବେଳେ ଭାରତ ଏବଂ ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୨ ର ଫାଇନାଲ ଖେଳିବେ ବୋଲି ସେ କହିଛନ୍ତି।