ଡ୍ୟାନି‌ଙ୍କ ପ୍ରେମରେ ପାଗଳ ଥିଲେ ଗାଓ୍ବା…

ମୁମ୍ବାଇ: ବଲିଉଡ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗପାଙ୍କୁ ଗୁରୁବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଫେବୃୟାରୀ ୨୫ରେ ସେ ସିକିମ୍‌ର ଗ୍ୟାଙ୍ଗଟକଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥେସରିଙ୍ଗ ଫିଣ୍ଟୋସ ଡେଞ୍ଜୋଙ୍ଗପା ଥିଲା। ଘରେ ମନାକରିବା ପରେ ମଧ୍ୟ ସେ ପୁଣେର ଫିଲ୍ମ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଥିଲେ। ସହପାଠୀମାନେ ତାଙ୍କ ନାମକୁ ନେଇ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ। ସେଠାରେ ଜୟା ଭାଦୁଡ଼ି ମଧ୍ୟ ପଢୁଥିଲେ। ଜୟା ତାଙ୍କ ନାମ ଡ୍ୟାନି ରଖିଥିଲେ। ଶୋଲେ ଫିଲ୍ମରେ ଗବ୍ବର ସିଂ ଭୂମିକା ପାଇଁ ସେ ରମେଶ ଶିପ୍ପିଙ୍କର ପ୍ରଥମ ପ୍ରସନ୍ଦ ଥିଲେ। ମାତ୍ର ଡ୍ୟାନି ଫିରୋଜ ଖାଁଙ୍କ ଧର୍ମାତ୍ମା ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ସେଥିପାଇଁ ସେ ସମୟ ନ ଦେବାରୁ ରୋଲଟି ଅମଜାଦ ଖାଁଙ୍କୁ ମିଳିଥିଲା। ସିକିମ୍‌ ରାଜକୁମାରୀ ଗାଓ୍ବା ଡ୍ୟାନିଙ୍କ ଅଭିନୟ ଯୋଗୁ ତାଙ୍କୁ ଭଲ ପାଇ ବସିଥିଲେ। ଦୁଇଜଣଙ୍କ ମଧ୍ୟରେ ଦୀର୍ଘଦିନର ପ୍ରେମ ସମ୍ପର୍କ ଶେଷରେ ୧୯୯୦ରେ ବିବାହରେ ପରିଣତ ହୋଇଥିଲା। ତାଙ୍କ ଦ୍ୱାରା ଅଭିନୀତ ଧୁଣ୍ଡ୍‌, ୩୬ ଘଣ୍ଟେ, ବନ୍ଦିଶ୍‌, ଜିଓ ଔର ଜିନେ ଦୋ, ଧର୍ମ ଔର କାନୁନ, ଫକିରା, ଚୋର୍‌ ମଚାଏ ଶୋର, ଦେବତା, କାଳିଚରଣ, ବୁଲନ୍ଦି, ଅଧିକାର, ବର୍ନିଂ ଟ୍ରେନ୍‌, ଚାଇନା ଗେଟ୍‌, ଆଦି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରିଥାନ୍ତି।

Share