Advertisement

୨ ଯୁବକଙ୍କ ମଧ୍ୟରେ ବାହାଘର

ହାଇଦ୍ରାବାଦ,୨୦।୧୨: ହାଇଦ୍ରାବାଦର ଦୁଇ ସମଲିଙ୍ଗୀ ଯୁବକ ଶନିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେଲଙ୍ଗାନାରେ ଏହା ପ୍ରଥମ ସମଲିଙ୍ଗୀ ବିବାହ। ଅଭୟ ଡାଙ୍ଗେ(୩୪) ଏବଂ ସୁପ୍ରିୟୋ ଚକ୍ରବର୍ତ୍ତୀ (୩୧) ୮ ବର୍ଷ ହେଲା ଡେଟିଂ କରୁଥିଲେ। ଶେଷରେ ପରିବାର ସଦସ୍ୟ ଓ ବନ୍ଧୁ ସମ୍ପର୍କୀୟଙ୍କ ଉପସ୍ଥିତିରେ ସେମାନେ ବିବାହ କରିଛନ୍ତି। ୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରିଥିଲେ ମଧ୍ୟ ଦେଶରେ ସମଲିଙ୍ଗୀ ବିବାହ ପଞ୍ଜୀକରଣକୁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ। ୧୮ ତାରିଖରେ ହାଇଦ୍ରାବାଦ ଉପକଣ୍ଠରେ ସୁପ୍ରିୟୋ ଏବଂ ଅଭୟ ବୈବାହିକ ଜୀବନ ବିତାଇବା ଲାଗି ଶପଥ ନେବା ସହ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ପଞ୍ଜାବୀ ଓ ବେଙ୍ଗଲୀ ରୀତିନୀତି ଅନୁଯାୟୀ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ବିବାହ ପୂର୍ବରୁ ସେମାନଙ୍କ ମେହେନ୍ଦୀ ଓ ହଳଦୀ ଉତ୍ସବ ଏବଂ ସଙ୍ଗୀତ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share