ସମଲିଙ୍ଗୀ ପ୍ରାଇଡ୍‌ ପରେଡକୁ ନେଇ ଆମେରିକାରେ ତେଜିଲା ବିବାଦ

ଓ୍ବାଶିଂଟନ୍‌,୧୧।୬: ଆମେରିକାରେ ସମଲିଙ୍ଗୀ ପ୍ରାଇଡ୍‌ ପରେଡକୁ ନେଇ ରାଜନୀତି ସରଗରମ ରହିଛି। ଆମେରିକାରେ ଚଳିତ ମାସରେ ସେମାନଙ୍କର ପ୍ରାଇଡ୍‌ ପରେଡକୁ ବାତିଲ କରି ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରୁ ବୟାନବାଜି ଜାରି ରହିବା ସହ ପରେଡ ବନ୍ଦ ପାଇଁ ଧମକ ମଧ୍ୟ ମିଳୁଛି।

ଦେଶର ବହୁ ରାଜ୍ୟର ରାନେତାମାନେ ସମଲିଙ୍ଗୀ ଦମ୍ପଦ୍ରାୟଙ୍କୁ ବିରୋଧ କରିବା ସହ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ଦାବି କରୁଛନ୍ତି। ବୀମା ଏବଂ ସୁରକ୍ଷା ଖର୍ଚ୍ଚ ବୃଦ୍ଧି ହେତୁ ଏହି ମାସରେ ଟେକ୍ସାସର ସବୁଠାରୁ ବଡ ପ୍ରାଇଡ୍‌ ପରେଡକୁ ମଧ୍ୟ ବାତିଲ କରି ଦିଆଯାଇଛି।

ବର୍ତ୍ତମାନ ଟେକ୍ସାସର ସଂସଦରେ ଲିଙ୍ଗଗତ ସ୍ବାସ୍ଥ୍ୟ ଚିକିତ୍ସା ଉପରେ ପ୍ରତିବନ୍ଧକ ଲଗାଯିବା ପାଇଁ ବିଲ ପ୍ରସ୍ତୁତ ହେଉଛି। ଏହାକୁୁ ଆମେରିକା ଏବଂ କାନାଡାର ସମଲିଙ୍ଗୀମାନେ ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ସମଲିଙ୍ଗୀମାନଙ୍କୁ ଘୃଣା ହେତୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ଆମେରିକାର କାଲିଫର୍ନିଆରେ ମଧ୍ୟ ଏହି ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି। ନିକଟରେ ଏକ ପ୍ରାଥମିକ ବିଦ୍ୟାଳୟରେ ପ୍ରାଇଡ୍‌ ଡେ ସଭାକୁ ଶହ ଶହ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ସେହିପରି କିଛି ଦିନ ପୂର୍ବେ ବିଦ୍ୟାଳୟ ପରିସରରେ ଜଣେ ସମଲିଙ୍ଗୀ ଶିକ୍ଷକଙ୍କ ପ୍ରାଇର୍ଡ୍‌ ପତାକାକୁ ପୋଡି ଦିଆଯାଇଥିଲା, ଯାହାକୁ ସମଲିଙ୍ଗୀ ସମ୍ପ୍ରଦାୟ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ।

 

Share