ସମଲିଙ୍ଗୀଙ୍କ ରେଡିଓ ଶୋ ବନ୍ଦ…

ହଂକଂ,୩୦।୭ : ସମଲିଙ୍ଗୀ ସମ୍ପ୍ରଦାୟର ଅଧିକାର ଏବଂ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଗତ ୧୭ ବର୍ଷ ଧରି ହଂକଂରେ ଚାଲିଥିବା ଏକ ରେଡିଓ ଶୋ ରବିବାର ଦିନ ବନ୍ଦ ରହିବ। ଷ୍ଟେଶନ ମ୍ୟାନେଜମେଣ୍ଟ କହିଛି ଏହି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଉଛି, ତେଣୁ ଶୋ ବନ୍ଦ ରହିଛି।

ଶୋ’ର ନାମ ହେଉଛି ‘ଆମେ ପରିବାର’(ଓ୍ବି ଆର ଫ୍ୟାମେିଲି) । ୩୦ ଜୁନ ୨୦୨୦୨ରେ ଚାଇନା ହଂକଂ ଉପରେ ଏକ ଜାତୀୟ ସୁରକ୍ଷା ଆଇନ ଲାଗୁ କଲା, ଯାହା ପରେ ଦେଶ ପରିବର୍ତ୍ତନ ସମୟ ଦେଇ ଗତି କରୁଛି। ରେଡିଓ ଶୋ ବନ୍ଦ କରିବାକୁ ଏହି ନିଷ୍ପତ୍ତିକୁ ଦେଶର ଅନେକ ସାମାଜିକ ସଂସ୍କାରକ ତଥା ନାଗରିକ ବିରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମର ସହ-ହୋଷ୍ଟ ବ୍ରାଏନ ଲେଙ୍ଗ କହିଛନ୍ତି ହଂକଂ ରାଷ୍ଟ୍ରାୟତ୍ତ ରେଡିଓ ଟେଲିଭିଜନରେ ପ୍ରସାରିତ ଶୋ ବନ୍ଦ ହେବାର ଖବର ସେ ଜାଣିଛନ୍ତି। ସେ ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲେ। କିନ୍ତୁ, ଚଳିତ ମାସ ଆରମ୍ଭରେ ଷ୍ଟେଶନ ମ୍ୟାନେଜମେଣ୍ଟ ସହିତ ଏକ ବୈଠକରେ ତାଙ୍କୁ ଶୋ ବନ୍ଦ ପାଇଁ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦିଆଯାଇ ନ ଥିଲା।

ଅନ୍ତିମ ଶୋ’ର ଏକ ଘଣ୍ଟା ପୂର୍ବରୁ ଏକ ସାକ୍ଷାତକାରରେ ଲେଙ୍ଗ ନ୍ୟୁଜ ଏଜେନ୍ସିକୁ କହିଛନ୍ତି, ହଂକଂ ରାଷ୍ଟ୍ରାୟତ୍ତ ରେଡିଓ ଟେଲିଭିଜନ ପରି ଏକ ପାରମ୍ପାରିକ ପ୍ଲାଟଫର୍ମ ପାଇଁ, ପ୍ରୋଗ୍ରାମଟି ଏକ ଟାଇଗ୍ରୋପ ଚାଲିବା ଭଳି ଥିଲା। ଶୋ ସମଲିଙ୍ଗୀ ଅଧିକାର ପାଇଁ ଦାବି କରେ। ଏହି ଶୋ ପ୍ରତ୍ୟେକ ରବିବାର ମଧ୍ୟରାତ୍ରିରେ ଦୁଇ ଘଣ୍ଟା ପାଇଁ ପ୍ରସାରିତ ହେଉଥିଲା । ଏହି ଶୋ’କୁ ଦେଶର ଅନେକ ଲୋକ ପସନ୍ଦ କରୁଥିଲେ।

Share