ମୂଳ ଭାରତୀୟ ସମଲିଙ୍ଗୀ ମହିଳା ହେଲେ ଅକଲାଣ୍ଡ ସିଟି କାଉନସିଲ୍‌ ସଦସ୍ୟା…

ଓ୍ବାଶିଂଟନ,୧୭।୧ : ଆମେରିକୀୟ ମୂଳ ଭାରତୀୟ ଆଇନଜୀବୀ ଜନାନି ରାମଚନ୍ଦ୍ରନ କାଲିଫର୍ନିଆ ରାଜ୍ୟ ଅକଲାଣ୍ଡ ସିଟି କାଉନସିଲର ସଦସ୍ୟା ହୋଇଛନ୍ତି। ସେ ହେଉଛନ୍ତି ସର୍ବପ୍ରଥମ ସମଲିଙ୍ଗୀ ମହିଳା ଯିଏକି ଅକଲାଣ୍ଡ ସିଟି କାଉନସିଲର ଜିଲା ୪ ରୁ ନିର୍ବାଚିତ ହୋଇଥିବା କମ୍‌ ବୟସ୍କା ମହିଳା।

ଅନୁଷ୍ଠିତ ଏକ ଶପଥ ଗ୍ରହଣ ସମାରୋହରେ ଅକଲାଣ୍ଡ ସିଟି କାଉନସିଲର ଜିଲା ୪ର ସଦସ୍ୟା ଭାବରେ ରାମଚନ୍ଦ୍ରନ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ସେ ଏକ ଶାଢ଼ି ପିନ୍ଧିଥିବାର ନଜର ଆସିଥିଲେ।

କୃତଜ୍ଞତା ଜଣାଇ ରାମଚନ୍ଦ୍ରନ ଟୁଇଟ କରି କହିଛନ୍ତି, ଆମେ ଜିତିଛୁ। ଜିଲା ୪ର ସିଟି କାଉନସିଲ ସଦସ୍ୟା ଭାବରେ ମୁଁ ସମ୍ମାନିତ ହୋଇଛି। ମୁଁ ଅକଲାଣ୍ଡ ଇତିହାସର ସର୍ବକନିଷ୍ଠ ପରିଷଦ ସଦସ୍ୟା। ଏହା ସହିତ ଅକଲାଣ୍ଡ ପ୍ରଥମ ସମଲିଙ୍ଗୀ ଏବଂ ପ୍ରଥମ ଦକ୍ଷିଣ ଏସୀୟ ହୋଇ ଇତିହାସ ସୃଷ୍ଟି କରିଛି।

Share