Categories: ଜାତୀୟ

ହାଫ୍‌ ପ୍ୟାଣ୍ଟ୍‌ ପିନ୍ଧି ଦୌଡିଲା ପୋଲିସ, ଜାଣନ୍ତୁ କାହିଁକି

ପାଟନା,୧୩।୯: ଗୟାସ୍ଥିତ ଡେଲହା ପୋଲିସ ଷ୍ଟେଶନରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଜଣେ ଅଭିଯୁକ୍ତ ପୋଲିସ ଷ୍ଟେଶନରୁ ଖସି ପଳାଇବାକୁ ଉଦ୍ୟମ କରିବାରୁ ପୋଲିସ ଷ୍ଟେଶନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ହାଫ୍‌ ପ୍ୟାଣ୍ଟ୍‌ ଏବଂ ଗଞ୍ଜି ପିନ୍ଧି ଦୌଡିଥିଲା। ପ୍ରାୟ ଏକ କିଲୋମିଟର ଗୋଡ଼ାଇବା ପରେ ପୋଲିସ ଶେଷରେ ଜଣେ ଯୁବକଙ୍କ ସାହାଯ୍ୟରେ ଅଭିଯୁକ୍ତଙ୍କୁୁ ଧରିଥିଲା। ସୂଚନାଯୋଗ୍ୟ, ଗୟାରେ କିଛି ଅପରାଧୀ ଜଣେ ଯୁବକଙ୍କୁ ଧମକ ଦେଇ ୧୯ ହଜାର ଟଙ୍କା ଛଡାଇ ନେଇଥିଲେ। ସମ୍ପୃକ୍ତ ଯୁବକ ପଶ୍ଚିମବଙ୍ଗରେ ରୁହନ୍ତି। ସେ ଗୟା ଜଙ୍କସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇବା ପରେ କିଛି ଅପରାଧୀ ତାଙ୍କଠାରୁ ସବୁ ଛଡାଇ ନେଇଥିଲେ। ସେ ପାଖ ଡେଲହା ପୋଲିସ ଷ୍ଟେଶନରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ସେମାନଙ୍କ ଭିତରୁ ଜଣେ ଫେରାର ହେବାକୁ ଚେଷ୍ଟା କରିଥିଲେ। ପୋଲିସ ୟୁନିଫର୍ମ ବଦଳାଉଥିବାବେଳେ ଏହି ଘଟଣା ଜଣାପଡିଥିଲା। ପୋଲିସ ଅପରାଧୀକୁ ଧରିବା ପାଇଁ ତତ୍‌କ୍ଷଣାତ୍‌ ଦୌଡି ଥିଲା।

Share