କନ୍ଧରା ଜଙ୍ଗଲରେ ଗୟଳ

ଢେଙ୍କାନାଳ ଅଫିସ, ୧୭।୧୦: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍‌ କ୍ୟାମେରାରେ ଗୟଳ କଏଦ ହୋଇଛନ୍ତି। ଏହାକୁ ବନ ବିଭାଗ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଏ ସଂକ୍ରାନ୍ତରେ ଡିଏଫ୍‌ଓ ଡା. ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, କନ୍ଧରା ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ଗୟଳ ଥିବା ଜଣାପଡ଼ିଛି। ସେମାନଙ୍କ ଗତିବିଧି ଉପରେ ବନ କର୍ମଚାରୀ ନଜର ରଖିଛନ୍ତି।