ଦୁବାଇ, ୨୦।୯: ଆଇପିଏଲ୍ର ୧୩ତମ ସଂସ୍କରଣର ୨ୟ ମୁକାବିଲାରେ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ରେ ପଞ୍ଜାବର ବିସ୍ଫୋରକ ଓପନର୍ କ୍ରିସ୍ ଗେଲ୍ ଯଦି ଆଉ ୧୬ ରନ୍ ସଂଗ୍ରହ କରନ୍ତି ତେବେ ଆଇପିଏଲ୍ରେ ୪,୫୦୦ ରନ୍ ପୂରଣ କରିବେ। ‘ୟୁନିଭର୍ସ ବସ୍ ’ଭାବେ ପରିଚିତ ଗେଲ୍ ଯଦି ଏହି ମାଇଲ୍ଷ୍ଟୋନ୍ ଅତିକ୍ରମ କରନ୍ତି ତେବେ ଟୁର୍ନାମେଣ୍ଟ ଇତିହାସରେ ୨ୟ ବିଦେଶୀ ଖେଳାଳି ଭାବେ ୪,୫୦୦ ରନ୍ ପୂରଣ କରିବାର ସୌଭାଗ୍ୟ ଲାଭ କରିବେ। ତାଙ୍କ ପୂର୍ବରୁ ଡେଭିଡ୍ ଓ୍ବାର୍ନର ପ୍ରଥମ ବିଦେଶୀ ଖେଳାଳିଭାବେ ଆଇପିଏଲ୍ରେ ଏହି ମାଇଲ୍ଷ୍ଟୋନ ଅତିକ୍ରମ କରିଥିଲେ। ତେବେ ମୋଟ୍ ଉପରେ ନଜର ପକାଯାଏ ତେବେ ଏଥି ପୂର୍ବରୁ ବିରାଟ କୋହଲି (୫,୪୧୨ ରନ), ସୁରେଶ ରାଇନା (୫,୩୬୮), ରୋହିତ୍ ଶର୍ମା (୪,୮୯୮), ଡେଭିଡ୍ ଓ୍ବାର୍ନର (୪,୭୦୬) ଓ ଶିଖର ଧାଓ୍ବନ (୪,୫୭୯) ୪,୫୦୦ ମାର୍କ ଅତିକ୍ରମ କରିସାରିଛନ୍ତି।