ଗାଜା ପାଲଟିଛି ପିଲାଙ୍କ କବରସ୍ତାନ: ଜାତିସଂଘ…

ଜେନେଭା,୮।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ମାସ ବିତିଗଲାଣି। ଏହି ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ଦେଖାଯାଉ ନାହିଁ। ଏପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ଯୋଗୁ ଗାଜା ଷ୍ଟ୍ରିପର ଅବସ୍ଥା ଖରାପ ହେବାରେ ଲାଗିଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଗାଜାର ଅବସ୍ଥା ଖରାପ ହେବା ନେଇ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଗାଜା ପିଲାମାନଙ୍କ ପାଇଁ ଏକ କବରସ୍ତାନ ପାଲଟିଛି।

ନ୍ୟୁୟର୍କରେ ଗୁଟେରସ ଗଣମାଧ୍ୟମକୁ କହିଛନ୍ତି ମାନବିକ ସଙ୍କଟ ସହିତ ଗାଜାର ଅବସ୍ଥା ବହୁତ ଖରାପ ରହିଛି। ଏହା ମାନବିକତାର ସଙ୍କଟ। ଏବେ ଅସ୍ତ୍ରବିରତି କରିବା ଜରୁରୀ ହୋଇପଡିଛି। ବିବାଦର ଦୁଇପକ୍ଷ ଏବଂ ଅନ୍ତର୍ଜାତୀୟ ସମୁଦାୟ ଏକ ଜରୁରୀ ତଥା ମୌଳିକ ଦାୟିତ୍ୱର ସମ୍ମୁଖୀନ ହେଉଛନ୍ତି। ଏହି ଅମାନବୀୟ ଦୁଃଖକୁ ରୋକିବା ଏବଂ ଗାଜାକୁ ମାନବିକ ସହାୟତା ଯୋଗାଇ ଦେବା ପାଇଁ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଦାୟିତ୍ୱ ରହିଛି। ଶୀଘ୍ର ଯୁଦ୍ଧ ବନ୍ଦ କରିବା ଜରୁରୀ ହୋଇ ପଡିଛି।

 

Share