ଗାଜା ମୃତ୍ୟୁସଂଖ୍ୟା ୮୦୦୦+

ଜେରୁଜେଲମ୍‌,୩୦ା୧୦ : ଇସ୍ରାଏଲୀ ସେନା ଗାଜାରେ ଏୟାରଷ୍ଟ୍ରାଇକ୍‌କୁ ଜୋର୍‌ଦାର କରିଛି। ଗାଜାର ଅଣ୍ଡରଗ୍ରାଉଣ୍ଡ ଟାର୍ଗେଟ୍‌ଗୁଡ଼ିକ ଉପରେ ଘନଘନ ବୋମାମାଡ଼ ହେଉଛି। ଏପରିକି ସେଠାର ସବୁଠୁ ବଡ଼ ହସ୍ପିଟାଲ ମଧ୍ୟ ବାଦ୍‌ ପଡ଼ିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ସେନା ହମାସ୍‌ର ୪୫୦ରୁ ଊର୍ଦ୍ଧ୍ୱ ଟାର୍ଗେଟ ଉପରେ ଆକ୍ରମଣ କରିଥିବା କହିଛି। ସେଥିରେ ହମାସ୍‌ର କମାଣ୍ଡ ସେଣ୍ଟର, ପର୍ଯ୍ୟବେକ୍ଷଣ କେନ୍ଦ୍ର, ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଲଞ୍ଚତ୍ଂ ସ୍ଥାନ ରହିଛି। ଶନିବାର ରାତିରେ ଗାଜାକୁ ଅଧିକ ସଂଖ୍ୟାରେ ସ୍ଥଳସେନା ପଠାଯାଇଛି। ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଥିବାବେଳେ ହଜାର ହଜାର ଲୋକ ଜାତିସଂଘର ସହାୟତା ସାମଗ୍ରୀ ଥିବା ଓ୍ବେରହାଉସ୍‌ଗୁଡ଼ିକରେ ପଶି ଲୁଟ୍‌ପାଟ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲର ବୋମାମାଡ଼ ଯୋଗୁ ଗାଜା ଷ୍ଟ୍ରିପ୍‌ର ବହୁ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିବାବେଳେ ରବିବାର ପୁନର୍ବାର ଇଣ୍ଟରନେଟ୍‌ ଏବଂ ଫୋନ୍‌ ସଂଯୋଗ ସ୍ଥାପନ ହୋଇଛି।

୩ ସପ୍ତାହ ହେଲା ଆକ୍ରମଣ ଚାଲିଥିବାବେଳେ ‘ପୁଣି ନୁହେଁ ଏବେ’ ବୋଲି ଶନିବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆହ୍ବାନ ଦେଇଥିଲେ। ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା ବୋଲି ଘୋଷଣା କରିବା ସହ ହମାସ୍‌ ପଣବନ୍ଦୀ ରଖିଥିବା ୨୨୯ ଜଣଙ୍କୁ ଫେରାଇ ଆଣିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲ୍‌ ଆକ୍ରମଣରେ ପାଲେଷ୍ଟିନୀୟଙ୍କ ମୃତ୍ୟୁସଂଖ୍ୟା ୮,୦୦୦ ଅତିକ୍ରମ କରିଛି। ହମାସ୍‌ ଆକ୍ରମଣରେ ଇସ୍ରାଏଲ୍‌ର ୩୧୦ ସୈନ୍ୟଙ୍କ ସମେତ ମୋଟ ୧,୪୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ରୁ ଅପହରଣ କରିନେଇ ପଣବନ୍ଦୀ ରଖିତ୍ଥିବା ୨୨୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଇତିମଧ୍ୟରେ ଛାଡ଼ିଦେଇଛନ୍ତି।
ମାନବିକତା ଦୃଷ୍ଟିରୁ ଗାଜାରେ ତୁରନ୍ତ ଯୁଦ୍ଧ ବିରତି ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପୁଣିଥରେ ନିବେଦନ କରିଛନ୍ତି। ଏଥିସହିତ ସମସ୍ତ ପଣବନ୍ଦୀଙ୍କୁ ନିଃସର୍ତ୍ତରେ ଛାଡ଼ିଦେବାକୁ ସେ ଆହ୍ବାନ ଦେଇଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ତୁରନ୍ତ ପର୍ଯ୍ୟାପ୍ତ ରିଲିଫ୍‌ ସହାୟତା ପହଞ୍ଚାଇବାକୁ ନେପାଳ ଗସ୍ତରେ ଥିବା ଗୁଟେରେସ୍‌ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri