‘ସେ ପର୍ଯ୍ୟନ୍ତ ପାଣି ମିଳିବନି ଯେ ପର୍ଯ୍ୟନ୍ତ…’, ଗାଜାକୁ ଇସ୍ରାଏଲର ଚେତାବନୀ

ଜେରୁଜେଲମ,୧୨।୧୦: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ନୂତନ ରଣନୀତି ଆପଣେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ଯେ ପର୍ଯ୍ୟନ୍ତ ଇସ୍ରାଏଲ ବନ୍ଧକମାନଙ୍କୁ ମୁକ୍ତ ନ କରାଯାଇଛି ସେ ପର୍ଯ୍ୟନ୍ତ ଗାଜାରେ ଘେରାବନ୍ଦୀ ଶେଷ ହେବ ନାହିଁ ଏବଂ ସେଠାରେ ଜଳ, ବିଦ୍ୟୁତ୍‌ ଯୋଗାଣ କରାଯିବ ନାହିଁ।

ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଶକ୍ତି ମନ୍ତ୍ରୀ କହିଛନ୍ତି, ଯେ ପର୍ଯ୍ୟନ୍ତ ଆମର ବନ୍ଧକ ହୋଇଥିବା ଲୋକଙ୍କୁ ମୁକ୍ତ କରାଯାଇନାହିଁ, ସେ ପର୍ଯ୍ୟନ୍ତ ନା ବିଦ୍ୟୁତ୍‌ ସୁଇଚ ଅନ୍‌ ହେବ, ନା ୱାଟର ହାଇଡ୍ରାଣ୍ଟ ଖୋଲାଯିବ। ସୂଚନାେଯୋଗ୍ୟ, ଇସ୍ରାଏଲ ଶନିବାର ଠାରୁ ଗାଜାକୁ ବିଦ୍ୟୁତ୍‌ ସହିତ ଖାଦ୍ୟ, ଔଷଧ ଏବଂ ଜଳ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ ବନ୍ଦ କରିଦେଇଛି।

Share