ବର୍ଷକରେ ଧ୍ୱଂସସ୍ତୂପ ପାଲଟିଛି ଗାଜା

ତେଲ୍‌ ଆଭିଭ୍‌/ଗାଜା ଷ୍ଟ୍ରିପ୍‌,୮ା୧୦: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ସୋମବାର ବର୍ଷେ ପୂରିଛି। ଇସ୍ରାଏଲ୍‌ର ଆକ୍ରମଣରେ ଗାଜା ବର୍ଷକ ମଧ୍ୟରେ ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ସାଟେଲାଇଟ୍‌ ଫଟୋରୁ ଦେଖିବାକୁ ମିଳିଛି। ଚାରିଆଡ଼େ ବିଲ୍ଡିଂଗୁଡ଼ିକର ଧ୍ୱଂସାବଶେଷର ପାହାଡ଼ ଛିଡ଼ାହୋଇଛି। ଦୂଷିତ ଜଳ ଯୋଗୁ ରୋଗ ବ୍ୟାପିଛି। ସହରଗୁଡ଼ିକର ରାସ୍ତାଘାଟ ଆବର୍ଜନାପୂର୍ଣ୍ଣ ହୋଇଥିବାବେଳେ କେତେକ ଅଞ୍ଚଳରେ ମୃତକମାନଙ୍କ କଙ୍କାଳ ପଡ଼ିରହିଛି। ଗତବର୍ଷ ଅକ୍ଟୋବର ୭ରେ ଗାଜାର ହମାସ୍‌ ଆତଙ୍କବାଦୀମାନେ ଅଚାନକ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ୧,୨୦୦ ଲୋକଙ୍କୁ ମାରିବା ସହ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ଏହାର ଜବାବରେ ଇସ୍ରାଏଲ୍‌ ଗାଜା ଉପରେ ଆକ୍ରମଣ କରିଥିଲା। ବର୍ଷେ ହେଲା ଚାଲିଥିବା ଯୁଦ୍ଧରେ ପାଖାପାଖି ୪୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରୁ ଅର୍ଦ୍ଧାଧିକ ହେଉଛନ୍ତି ମହିଳା ଓ ଛୋଟ ପିଲା। ଯୁଦ୍ଧ ଯୋଗୁ ଅନେକ ଲକ୍ଷ ଲୋକ ଘରଦ୍ୱାର ହରାଇଛନ୍ତି। ଅନେକେ ବିଭିନ୍ନ ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଥିବାବେଳେ ବହୁ ଲୋକ ଦେଶ ଛାଡ଼ି ପଳାଇଛନ୍ତି। ଯୁଦ୍ଧବିରତି ପାଇଁ ଆମେରିକା ଓ ଅନ୍ୟ ଆଞ୍ଚଳିକ ଶକ୍ତି ଅନେକ ଉଦ୍ୟମ କରି ବିଫଳ ହୋଇଛନ୍ତି। ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଲେବାନନ୍‌କୁ ବ୍ୟାପିଛି। ଇସ୍ରାଏଲର କ୍ରମାଗତ ଆକ୍ରମଣରେ ଇରାନ ସମର୍ଥତ୍ତ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ମୁଖ୍ୟ ସମେତ ଅନେକ କମାଣ୍ଡର ଏବଂ ବହୁ ଲୋକ ମୃତାହତ ହେଲେଣି।
ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ ଇସ୍ରାଏଲୀମାନେ ସୋମବାର ଜାଗ୍ରତ ରହି ଉଦାସ ସମାରୋହ ପାଳନ କରିଛନ୍ତି। ଇସ୍ରାଏଲ୍‌ ଇତିହାସରେ ଏହା ସବୁଠୁ ଘାତକ ଆକ୍ରମଣ ଥିଲା, ଯାହା ଗାଜାରେ ଯୁଦ୍ଧ କରିବାକୁ ଇସ୍ରାଏଲ୍‌କୁ ପ୍ରେରିତ କରିଥିଲା। ଅନ୍ୟପକ୍ଷରେ ଗାଜାରେ ଇସ୍ରାଏଲ୍‌ର ଗଣସଂହାରକୁ ବିରୋଧ କରି ବିଶ୍ୱବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଯୁଦ୍ଧବିରତି ପାଇଁ ଆହ୍ବାନ ଦିଆଯାଇଛି। ପାଲେଷ୍ଟିନୀୟଙ୍କୁ ଗଣହତ୍ୟା ପ୍ରତିବାଦରେ ବିଭିନ୍ନ ଦେଶରେ ସ୍କୁଲ ପିଲାମାନେ ରାଲି ବାହାର କରିଥିଲେ। ବିଭିନ୍ନ ଦେଶର ଲକ୍ଷାଧିକ ଲୋକ ଗାଜା ସମେତ ଲେବାନନ୍‌ରେ ଅସ୍ତ୍ରବିରତି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଯୁଦ୍ଧର ବର୍ଷପୂର୍ତ୍ତିରେ ହମାସ୍‌ ତେଲ୍‌ ଆଭିଭ୍‌ ଉପରେ ସୋମବାର ଅନେକ ରକେଟ୍‌ ମାଡ଼ କରିଛି। ଇସ୍ରାଏଲ୍‌ର ହଇଫା ସହରରେ ହେଜ୍‌ବୋଲ୍ଲାର ରକେଟ୍‌ ମାଡ଼ରେ ୧୦ ଜଣ ଆହତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲୀ ସେନା ଲେବାନନ୍‌ର ଦକ୍ଷିଣ ଭାଗରେ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୧୦ ଜଣ ନିହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଅନେକେ ପୋତିହୋଇ ପଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଯାଇ ଭାରତକୁ କାହିଁକି ପ୍ରଶଂସା କଲେ ଜାକିର ନାୟକ

ଇସଲାମାବାଦ,୮।୧୦: ଭାରତ ବିରୋଧରେ ବିଷ ଓଗାଳୁ ଥିବା ଜାକିର ନାୟକ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛନ୍ତି। ସେ ୨୮ଅକ୍ଟୋବର ପର୍ଯ୍ୟନ୍ତ ପାକିସ୍ତାନରେ ରହିବାକୁ ଯାଉଛନ୍ତି। ତେବେ...

୩ ଦଶନ୍ଧିରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠୁ ଶୁଷ୍କ ବର୍ଷ

ଜେନେଭା, ୮।୧୦: ନିକଟରେ ବିଶ୍ୱବ୍ୟାପୀ ଦେଖାଦେଇଥିବା ଜଳ ସଙ୍କଟର ଏକ ଚିନ୍ତାଜନକ ବିଷୟକୁ ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସୋମବାର ଜାରି ହୋଇଥିବା ‘ଷ୍ଟେଟ ଅଫ୍‌ ଗ୍ଲୋବାଲ...

ଇସ୍ରାଏଲ ଉପରେ ୧୩୫ ଘାତକ ମିସାଇଲ ମାଡ କଲା ହେଜବୁଲ୍ଲା

ନୂଆଦିଲ୍ଲୀ,୭।୧୦: ସୋମବାର ଇସ୍ରାଏଲ ଉପରେ ଘାତକ ଆକ୍ରମଣ କରିଛି ହେଜବୁଲ୍ଲା। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ବୃହତ୍ତ ଆକ୍ରମଣ। ଏଥର ଲେବାନାନର...

ଚିକିତ୍ସାରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିବ ପୁରସ୍କାର

ଷ୍ଟକଲାଣ୍ଡ,୭।୧୦: ୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇଛି। ଏହା ଅଧୀନରେ ଆଜି ଫିଜିଓଲୋଜି କିମ୍ବା ମେଡିସିନ କ୍ଷେତ୍ର ପାଇଁ...

ଇସ୍ରାଏଲ ଉପରେ ରକେଟ ମାଡ କଲା ହେଜବୋଲ୍ଲା

ଇସ୍ରାଏଲ,୭।୧୦: ହେଜବୋଲ୍ଲା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହାଇଫା ଉପରେ ରକେଟ ଆକ୍ରମଣ କରିଛି। ଏଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହେଜବୋଲ୍ଲାଙ୍କ...

ରାଗିଯାଇ ପାକିସ୍ତାନକୁ ଏମିତି ପରାମର୍ଶ ଦେଲା ଚାଇନା

କରାଚି,୭।୧୦: ରବିବାର ପାକିସ୍ତାନର କରାଚି ବିମାନବନ୍ଦର ବାହାରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୮ଜଣ ଆହତ...

ଇସ୍ରାଏଲ୍‌ରେ ୟୁଏସ୍‌ କେନ୍ଦ୍ରୀୟ କମାଣ୍ଡ ମୁଖ୍ୟ

ଜେରୁଜେଲମ୍‌,୭ା୧୦: ଇରାନର ରକେଟ ଆକ୍ରମଣର ଠିକଣା ଜବାବ ଦେବା ଲାଗି ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବାବେଳେ ଆମେରିକାର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍‌) ମୁଖ୍ୟ...

ମାକ୍ରୋନଙ୍କ ପାଇଁ ନେତାନ୍ୟାହୁଙ୍କ ଭିଡିଓ ବାର୍ତ୍ତା: ଅସ୍ତ୍ରଶସ୍ତ୍ର ବ୍ୟାନ୍ ବୟାନ ଉପରେ ଦେଲେ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ,୬।୧୦: ଗାଜାରେ ବ୍ୟବହାର ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଆହ୍ୱାନକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri