ଗାଜା ଏବେ ଯୁଦ୍ଧ କ୍ଷେତ୍ରରେ ପରିଣତ: ଧ୍ୱଂସସ୍ତୁପରେ ଆର୍ତ୍ତ ଚିତ୍କାର,ମନରେ କୋହ ଆଖିରେ ଲୁହ…

ଜେରୁଜେଲମ,୧୦।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଆନୁଷ୍ଠାନିକ ଯୁଦ୍ଧ ଘୋଷଣା କରିଛି। ଗାଜାର ବିଭିନ୍ନ ଅଞ୍ଚଳରେ ଇସ୍ରାଏଲ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ କ୍ରମାଗତ ବିବାଦ ଲାଗି ରହିଛି। ଧ୍ୱଂସସ୍ତୁପର ଚାରିଆଡ଼େ ଚିତ୍କାର, ବିଲ୍ଡିଂ ଗୁଡିକ ତାସ ଭଳି ଭୁଶୁଡ଼ି ପଡ଼ିଛି, ରାସ୍ତାରେ ମୃତ ଦେହ ଗଦା ହୋଇଛି, ଲୋକଙ୍କ ମୁହଁରେ ଭୟ ଆତଙ୍କ ସ୍ପଟେ ବାରି ହୋଇ ପଡୁଛି। ଲୋକମାନେ ନିଜ ପ୍ରିୟଜନଙ୍କ ମୃତଦେହକୁ କୋଳରେ ଧରି ସାହାଯ୍ୟ ପାଇଁ କାନ୍ଦୁଛନ୍ତି । ମନରେ କୋହ ଆଖିରେ ଲୁହ। ଚାରିଆଡେ ମୃତ୍ୟୁ, ଭୟ ଏବଂ ବିସ୍ଫୋରଣର ସ୍ଥିତି।

ଇସ୍ରାଏଲ ଏବଂ ଜାଜା ଆଖପାଖରେ ହମାସ ଆତଙ୍କବାଦୀଙ୍କ ପ୍ରାୟ ୧,୫୦୦ ମୃତଦେହ ମିଳିଛି।

ଗାଜା ଷ୍ଟ୍ରିପରେ ଥିବା ଜେବାଲିୟା ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ଯୁଦ୍ଧରେ ଉଭୟ ପକ୍ଷରୁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି।

Share