ବଡ଼ ଦାବି କଲା ହମାସ, ଇସ୍ରାଏଲ ଗାଜା ଡାକ୍ତରଖାନାରେ କଲା ମିସାଇଲ ଆକ୍ରମଣ, ୫୦୦ ମୃତ

ନୂଆଦିଲ୍ଲୀ, ୧୭।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୧୧ ଦିନରେ ପହଞ୍ଚିଛି। ଏହାରି ମଧ୍ୟରେ ହମାସ ଦାବିକରିଛି ଯେ, ମଙ୍ଗଳବାର ଇସ୍ରାଏଲ ପ୍ରାୟ ରାତି ୧୦ ଟା ସମୟରେ ଗାଜା ପଟିରେ ଥିବା ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ କରିଛି। ଯେଉଁଥିରେ ପ୍ରାୟ ୫୦୦ ଲୋକେ ମୃତ୍ୟୁ ବାରଣ କରିଛନ୍ତି।

ଖବର ସରବରାହ ସଂସ୍ଥା ଏପି ରିପୋର୍ଟ ଅନୁଯାୟୀ ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ଏହା ୨୦୦୮ ପରେ ସବୁଠୁ ଘାତକ ଇସ୍ରାଏଲି ଆକ୍ରମଣ ହେବ। ଏପି ରିପୋର୍ଟ ଅନୁଯାୟୀ ଅଲ ଅହଲୀ ଡାକ୍ତରଖାନାର ଫଟୋରେ ଏହାର ହଲ ଆଗରେ ଲାଗିଥିବା କାଚ ଭାଙ୍ଗି ଯାଇଛି ଏବଂ କ୍ଷତ ବୀକ୍ଷତ ଶରୀର ଦେଖା ଯାଉଛି।

ତେବେ ଶତାଧିକ ଲୋକମାନନଙ୍କର ମୃତ୍ୟୁର କାରଣ ଏହା ମଧ୍ୟ ଅଟେ ଯେ, ଅନେକ ଲୋକେ ଡାକ୍ତରଖାନା ଗୁଡିକରେ ଲୁଚି ରହିଛନ୍ତି। ଏହା ପୂର୍ବରୁ ଇସ୍ରାଏଲି ସେନା ଉତ୍ତର ଗାଜାରେ ରହୁଥିବା ଲୋକମାନଙ୍କୁ ସ୍ଥାନ ଖାଲି କରି ଦକ୍ଷିଣ ଆଡକୁ ପକାଇଯିବାକୁ ଚେତାବନୀ ଦେଇଥିଲା। ଯେଉଁ କାରଣରୁ ବଡ଼ ବସ୍ଥାପିତ ଦେଖିବାକୁ ମିଳିଥିଲା।

 

Share