ଗାଜା ହସ୍ପିଟାଲରେ ମାତ୍ର କିଛି ଘଣ୍ଟାର ଇନ୍ଧନ, ବିଦ୍ୟୁତ ବ୍ୟବସ୍ଥା ହେବ ଠପ୍‌,୨,୦୦୦ ରୋଗୀ-ନବଜାତ ଶିଶୁଙ୍କ ସୁରକ୍ଷା ସଙ୍କଟରେ…

ଜେରୁଜେଲମ,୧୬।୧୦ : ଆତଙ୍କବାଦୀ ସଂଗଠନ ହମାସକୁ ହଟାଇବା ପାଇଁ ଇସ୍ରାଏଲ ନେଇଥିବା କଡା ପଦକ୍ଷେପ ଯୋଗୁଁ ଗାଜାର ନାଗରିକଙ୍କ ସହିତ ଡାକ୍ତରଖାନାଗୁଡ଼ିକ ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ଦେଇ ଗତି କରୁଛନ୍ତି। ଆହତ ତଥା ଅନ୍ୟ ରୋଗୀ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗାଜାର ଡାକ୍ତରଖାନା ଚେତାବନୀ ଦେଇଛି ଯଦି ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀ ସରିଯାଏ ତେବେ ହଜାର ହଜାର ଲୋକଙ୍କର ଜୀବନ ଅକାରଣରେ ଯିବାର ଆଶଙ୍କା ରହିଛି। ଗାଜା ହସ୍ପିଟାଲରେ ମାତ୍ର କିଛି ଘଣ୍ଟାର ଇନ୍ଧନ, ବିଦ୍ୟୁତ ବ୍ୟବସ୍ଥା ହେବ ଠପ୍‌ ହୋଇଯିବ ବୋଲି କୁହାଯାଉଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଉତ୍ତର ଗାଜାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୨,୦୦୦ ରୋଗୀ ଏବଂ ନବଜାତ ଶିଶୁଙ୍କ ପାଇଁ ଇସ୍ରାଏଲର ଏହି ନିଷ୍ପତ୍ତି ମୃତ୍ୟୁଦଣ୍ଡ ସଦୃଶ୍ୟ ସାବ୍ୟସ୍ତ ହେବ। ଗାଜା ଡାକ୍ତରଖାନା ନିକଟରେ ଜେନେରେଟରରେ ଇନ୍ଧନର ଅଭାବ ଥିବାରୁ ମିଳିତ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରେ ଉପଲବ୍ଧ ଇନ୍ଧନ ଶେଷ ହୋଇଯିବ ବୋଲି ଆକଳନ କରାଯାଇଛି। ଏହା ପରେ ରୋଗୀଙ୍କ ଜୀବନ ବିପଦରେ ପଡ଼ିବ। ଅଲ-ଶିଫା ପରେ ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସରେ ଥିବା ନାସିର ହସ୍ପିଟାଲର ଆଇସିୟୁରେ ବହୁ ଆହତ ଭର୍ତ୍ତି ହୋଇଛନ୍ତି। ଆଇସିୟୁରେ ଶଯ୍ୟାର ଅଭାବ ଦେଖା ଦେଇଛି। ଇଣ୍ଟେନ୍ସିଭ କେୟାର ବିଲଡିଂର କନସଲଟାଣ୍ଟ ଡାକ୍ତର ମହମ୍ମଦ କନ୍ଦିଲଙ୍କ ଅନୁଯାୟୀ ସୋମବାର ହସ୍ପିଟାଲରେ ଜେନେରେଟରର ଇନ୍ଧନ ଶେଷ ହେବ। ଆଇସିୟୁରେ ୩୫ ରୋଗୀ ଜୀବନ ସହ ସଂଘର୍ଷ କରୁଥିବାବେଳେ ୬୦ ରୋଗୀ ଡାଏଲିସିସରେ ଅଛନ୍ତି।

ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ବିଦ୍ୟୁତ, ଜଳ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅବରୋଧ କରିବା ଯୋଗୁ ଗାଜାର ଲୋକମାନେ ଅତ୍ୟାବଶ୍ୟକ ସୁବିଧା ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ସମୟରେ, ଇସ୍ରାଏଲ ଉତ୍ତର ଗାଜାରେ ରହୁଥିବା ଲୋକଙ୍କୁ ଦକ୍ଷିଣ ଗାଜା ଆଡକୁ ଯିବାକୁ ନିର୍ଦ୍ଦେଶ ଦେଇଛି। ଯାହାଦ୍ୱାରା ଏହି ଅଞ୍ଚଳରେ ଥିବା ସମସ୍ତ ହମାସ ଶିବରକୁ ଧ୍ୱଂସ କରାଯାଇ ପାରିବ। ଇସ୍ରାଏଲର ଏହି ଆଦେଶ ପରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡିବ। ଅପରପକ୍ଷରେ ହମାସ ଲୋକଙ୍କୁ ଏହି ଅଞ୍ଚଳ ନ ଛାଡିବାକୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri