ଗାଜାରୁ ଗଣ ପଳାୟନ କଲେ ୧୦ଲକ୍ଷ ଲୋକ

ଗାଜା,୧୩।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଦେଖାଯାଉ ନାହିଁ। ହମାସ ଦିନକୁ ଦିନ ରକ୍ତମୁଖା ହୋଇ ନର ସଂହାର କରିବାରେ ଲାଗିଛି। ଇସ୍ରାଏଲ ସେନା ଶୁକ୍ରବାର ଗାଜା ଉପରେ ୬ହଜାରରୁ ଅଧିକ ରକେଟ ମାଡ କରିଛି। ତେଣୁ ସେନା ଗାଜା ସହରରେ ରହୁଥିବା ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଯିବାକୁ ଗାଜା ଛାଡିବାକୁ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ ପରେ ଗାଜା ରାସ୍ତାରେ ଭିଡ ଜମି ଯାଇଥିଲା। ଗାଜା ନାଗରିକ ନିଜ ବ୍ୟକ୍ତିଗତ ଯାନ କିମ୍ବା ଅନ୍ୟାନ୍ୟ ଉପାୟରେ ପରିବାର ସହ ସହରରୁ ପଳାୟନ କରୁଥିବାର ଦେଖାଯାଇଥିଲା।
ମିଳିତ ଜାତିସଂଘ ଚେତାବନୀ ଦେଇଛି ଯେ, ଏତେ ସଂଖ୍ୟକ ଲୋକ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ପଳାୟନ କରିବା ସାଂଘାତିକ ପ୍ରମାଣିତ ହୋଇପାରେ। ହମାସ ଗତ ଶନିବାର ଇସ୍ରାଏଲ ଉପରେ ଏୟାର ଷ୍ଟ୍ରାଇକ କରିଥିଲା, ଏହାର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ହମାସର ଆଡ୍ଡାକୁ ଟାର୍ଗେଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Share