ଗାଜା ପାଓ୍ବାର ପ୍ଲାଣ୍ଟରୁ ଇନ୍ଧନ ଶେଷ

ଗାଜା,୧୨ା୧୦: ଗାଜାର ଏକମାତ୍ର ପାଓ୍ବାର ପ୍ଲାଣ୍ଟରେ ଇନ୍ଧନ ସରିଯାଇଛି। ଖାଲି ଏତିକି ନୁହେଁ ଗାଜାକୁ ବିଦ୍ୟୁତ୍‌, ଜଳ, ଖାଦ୍ୟ ଏବଂ ଇନ୍ଧନ ଯୋଗାଣକୁ ଇସ୍ରାଏଲ ଅବରୋଧ କରିବାରୁ ନାନା ସମସ୍ୟା ଦେଖାଦେଇଛି। ବର୍ତ୍ତମାନ କେବଳ ଜେନେରେଟର ମାଧ୍ୟମରେ ଏହି କ୍ଷେତ୍ରରେ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦିଆଯାଉଛି। ଇସ୍ରାଏଲ ଗାଜାକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରିଛି।

ଗାଜାରେ ଆତଙ୍କବାଦୀମାନେ ପ୍ରାୟ ୧୫୦ ଇସ୍ରାଏଲ ଲୋକଙ୍କୁ ବନ୍ଧକ ରଖିଛନ୍ତି। ଯେଉଁଥିରେ ସୈନିକ, ପୁରୁଷ, ମହିଳା, ଶିଶୁ ଏବଂ ବୃଦ୍ଧ ବ୍ୟକ୍ତି ରହିଛନ୍ତି। ଏଥି ସହିତ ୫ ପାଞ୍ଚ ଦିନ ମଧ୍ୟରେ ହମାସ୍‌ ଦ୍ୱାରା ହଜାର ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରାଯାଇଛି।

ଗାଜାରେ ଇସ୍ରାଏଲର କ୍ରମାଗତ ଭାବରେ ଭୟଙ୍କର ଏୟାରଷ୍ଟ୍ରାଇକ୍‌ ଯୋଗୁ ସମଗ୍ର ସହରକୁ ଧ୍ୱଂସ କରିଦେଇଛି। ହଜାର ହଜାର ମୃତଦେହ ଆବର୍ଜନା ତଳେ ପଡ଼ି ରହିଛି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗୁରୁବାର ସକାଳେ ଗାଜାରେ ମୃତ୍ୟୁସଂଖ୍ୟା ୧୨୦୦କୁ ବୃଦ୍ଧି ପାଇଛି।

Share