ଗାଜାର ମୁଖ୍ୟ ହସ୍ପିଟାଲ ଅନ୍ଧାରରେ

ଡେଇର୍‌ ଅଲ୍‌-ବାଲାହ/ପ୍ୟାରିସ୍‌,୧୨।୧୧: ଗାଜାର ଯୁଦ୍ଧବିପନ୍ନମାନଙ୍କ ପାଖରେ ମାନବୀୟ ସହାୟତା ପହଞ୍ଚାଇବା ଏବଂ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ପାଲେଷ୍ଟିନୀୟମାନଙ୍କୁ ପଳାୟନ ପାଇଁ ସୁଯୋଗ ଦେବା ଲାଗି ଦିନକୁ ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦେଇଥିବା ପରାମର୍ଶକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଅଗ୍ରାହ୍ୟ କରିଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୋମବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଫୋନ୍‌ କରି ଅନୂ୍ୟନ ୩ ଦିନ ପାଇଁ ଯୁଦ୍ଧ ବନ୍ଦ ପ୍ରସ୍ତାବ ଦେଇଥିଲେ। କିନ୍ତୁ ହମାସ୍‌ ସମସ୍ତ ୨୩୯ ପଣବନ୍ଦୀଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଅସମ୍ଭବ ବୋଲି ନେତାନ୍ୟାହୁ କହିଥିଲେ। ଅସ୍ତ୍ରବିରତି ଆହ୍ବାନକୁ ଅଗ୍ରାହ୍ୟ କରିବା ସହ ଶନିବାର ଗାଜା ଉପରେ ଇସ୍ରାଏଲ୍‌ ଜୋର୍‌ଦାର ଆକ୍ରମଣ କରିଛି। ଇସ୍ରାଏଲୀ ସେନା ଗାଜାର ମୁଖ୍ୟ ହସ୍ପିଟାଲକୁ ଚାରିପଟୁ ଘେରିରହିଛନ୍ତି। ହସ୍ପିଟାଲର ଶେଷ ଜେନେରେଟରରେ ଇନ୍ଧନ ଶେଷ ହୋଇଯିବାରୁ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଅଲ୍‌-ଶିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀମାନେ ମୁଖ୍ୟ କମାଣ୍ଡ ଘାଟି ଭାବେ ବ୍ୟବହାର କରୁଥିବା ଇସ୍ରାଏଲ୍‌ କହିଛି। ଆତଙ୍କବାଦୀମାନେ ଆକ୍ରମଣରୁ ବର୍ତ୍ତିବା ଲାଗି ସାଧାରଣ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଛନ୍ତି। ହସ୍ପିଟାଲ ତଳେ ସେମାନେ ବିଶାଳ ବଙ୍କର ନିର୍ମାଣ କରି ଆତ୍ମଗୋପନ କରିଥିବା ଇସ୍ରାଏଲ୍‌ ଅଭିଯୋଗ କରିଛି। ଶିଫା ହସ୍ପିଟାଲ ସମେତ ୩ଟି ହସ୍ପିଟାଲ ବାହାରେ ଲଢ଼େଇ ଜାରି ରହିଥିବାରୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଛି। ବିଦ୍ୟୁତ୍‌ ନ ଥିବାରୁ ଡାକ୍ତରୀ ଉପକରଣଗୁଡ଼ିକ କାମ କରୁନାହିଁ। ଫଳରେ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ରେ ଥିବା ରୋଗୀ ମରିବା ଆରମ୍ଭ ହୋଇଛି ବୋଲି ଶିଫାର ନିର୍ଦ୍ଦେଶକ ମହମ୍ମଦ ଅବୁ ସେଲ୍‌ମିଆ କହିଛନ୍ତି। ଇସ୍ରାଏଲୀ ସୈନ୍ୟ ହସ୍ପିଟାଲ ନିକଟରେ ଯାହାକୁ ଦେଖୁଛନ୍ତି, ଗୁଳି କରୁଛନ୍ତି ଓ କାହାକୁ ବିଲ୍ଡିଂରୁ ବାହାରିବାକୁ ଦେଉନାହାନ୍ତି।
ଇସ୍ରାଏଲ୍‌ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଗାଜାର ପ୍ରାୟ ୧୧ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି। ଗାଜା ଉପରେ ବୋମାମାଡ଼ ଓ ସାଧାରଣ ନାଗରିକଙ୍କୁ ହତ୍ୟା ବନ୍ଦ କରିବାକୁ ହେବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ କହିଛନ୍ତି। ବୋମାମାଡ଼ କରିବାର କୌଣସି ଯଥାର୍ଥତା ନାହିଁ। ଯୁଦ୍ଧବିରତି ଦ୍ୱାରା ଇସ୍ରାଏଲ୍‌ ଲାଭବାନ୍‌ ହେବ ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ହମାସ୍‌ର ଆତଙ୍କବାଦୀ କାର୍ଯ୍ୟକୁ ଫ୍ରାନ୍ସ ନିନ୍ଦା କରୁଛି। ନିଜକୁ ସୁରକ୍ଷା ଦେବା ଲାଗି ଇସ୍ରାଏଲ୍‌ର ଅଧିକାରକୁ ସ୍ବୀକୃତି ଦେବା ବେଳେ ଗାଜା ଉପରେ ବୋମା ପକାଇବା ବନ୍ଦ କରିବାକୁ ଆହ୍ବାନ ଦେଉଛୁ। ଯୁଦ୍ଧବିରତି ଆହ୍ବାନରେ ଆମେରିକା, ବ୍ରିଟେନ୍‌ ଆଦି ଦେଶ ସାମିଲ ହେବା ଫ୍ରାନ୍ସ ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ମାକରଁଙ୍କ ଆହ୍ବାନର ଜବାବରେ ନେତାନ୍ୟାହୁ କହିଛନ୍ତି, ବିଶ୍ୱ ନେତାମାନେ ହମାସ୍‌କୁ ନିନ୍ଦା କରିବା ଉଚିତ, ଇସ୍ରାଏଲ୍‌କୁ ନୁହେଁ। ଗାଜାରେ ହମାସ୍‌ ଆଜି ଯେଉଁ ଅପରାଧ କରିଛି, ଆଗାମୀ ଦିନରେ ପ୍ୟାରିସ୍‌, ନ୍ୟୁୟର୍କ ଓ ବିଶ୍ୱର ଯେକୌଣସି ସ୍ଥାନରେ କରିପାରେ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ୟାରିସ୍‌ରେ ଗାଜା ଉପରେ ମାନବୀୟ ସମ୍ମିଳନୀର ଦିନକ ପରେ ମାକରଁଙ୍କ ସାକ୍ଷାତକାର ପ୍ରସାରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍‌ ଆଟାକ୍‌, ୭ ମିନିଟ୍‌ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର

ଜେରୁଜେଲମ,୧୯।୧୦: ହେଜବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲା ଏବଂ ହମାସ ମୁଖ୍ୟ ସିନଓ୍ବାରଙ୍କ ହତ୍ୟା ପରେ ମଧ୍ୟ ଇସ୍ରାଏଲର ଚିନ୍ତା କମ୍‌ ହେବା ଦେଖାଯାଉନାହିଁ। କାରଣ ହେଜବୋଲ୍ଲା...

ହେଜବୋଲ୍ଲାର ଡ୍ରୋନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ନେତାନ୍ୟାହୁ!

ଜେରୁଜେଲମ,୧୯।୧୦: ଶନିବାର ଅକ୍ଟୋବର ୧୯, ୨୦୨୪ରେ ଲେବାନନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଇସ୍ରାଏଲ ଖବରକାଗଜ ହାରେଟଜର ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ ଆକ୍ରମଣ କରାଯାଇଥିଲା।...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍‌ ହାସିନାଙ୍କୁ ନ ଛାଡ଼ିଲେ…

ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ...

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର...

ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା

ଓଟାଓ୍ବା,୧୯।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ

ତେଲ୍‌ ଆଭିଭ୍‌,୧୯ା୧୦:ଗାଜାର ସଶସ୍ତ୍ର ଶାସକ ହମାସ୍‌ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।...

ଭାରତରେ ଅଛନ୍ତି ଏତିକି ସଂଖ୍ୟାରେ ଗରିବ: ରିପୋର୍ଟରେ ବଡ଼ ଖୁଲାସା

ଜାତିସଂଘ,୧୯ା୧୦:ଭାରତରେ ୨୩୪ ନିୟୁତର ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ବିଶ୍ୱର ୫ ସର୍ବାଧିକ ସଂଖ୍ୟକ ଦରିଦ୍ର ରହୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri