ନୂଆଦିଲ୍ଲୀ,୧୯ା୧୦: ଦେଶର ପ୍ରମୁଖ ସାଇବର ସୁରକ୍ଷା ସଂସ୍ଥା (ଏକ ବହୁରାଷ୍ଟ୍ରୀୟ କମ୍ପାନୀ) ସିକ୍ୟୁରଆଇସ୍ ଓଡ଼ିଶାର ଭୁବନେଶ୍ୱରଠାରେ ତା’ର ବିଶ୍ୱ ବିତରଣ କେନ୍ଦ୍ର (ଜିଡିସି) ଖୋଲିବାକୁ ଯୋଜନା କରିଛି। ସାଇବର ଅପରାଧ ଅଧିକ ବ୍ୟାପିବାରେ ଲାଗିଛି। ବିଶେଷକରି ଅଗ୍ରଣୀ ଶୀର୍ଷସ୍ତରୀୟ (ସି-ସୁଇଟ) ସଂସ୍ଥାଙ୍କ ପାଇଁ ଏକ ଦୃଢ଼ ସାଇବର ସୁରକ୍ଷା ରଣନୀତି ପ୍ରସ୍ତୁତ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ଏ ସମ୍ପର୍କରେ ସିକ୍ୟୁରଆଇସ୍ର ସିଟିଓ ଏବଂ ସହ-ପ୍ରତିଷ୍ଠାତା ସୀମନ୍ତ ପଟ୍ଟନାୟକ କହିଛନ୍ତି, ଆମ ଲକ୍ଷ୍ୟ ହେଉଛି ସମଗ୍ର ବିଶ୍ୱରେ ସରକାରଙ୍କ ପାଇଁ ସାଇବର ସୁରକ୍ଷା କ୍ଷେତ୍ରରେ ସହଭାଗୀ ହେବା।