୨୦୨୧-୨୨ ପାଇଁ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ, ୨୦୨୨-୨୩ରେ ୮ ରୁ ୮.୫ ପ୍ରତିଶତ ଲକ୍ଷ୍ୟ…

ନୂଆଦିଲ୍ଲୀ, ୩୧।୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକ ସଭାରେ ଆର୍ଥିକ ସର୍ବେକ୍ଷଣ ୨୦୨୧-୨୦୨୨ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ କରାଯାଇଛି। ଆରବିଆଇର ୯.୫ ପ୍ରତିଶତ ଅନୁମାନଠାରୁ ଏହା ସାମାନ୍ୟ କମ ରହିଛି। ଏହା ବ୍ୟତୀତ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶର ଅର୍ଥନୀତି ୮ରୁ ୮.୫ ପ୍ରତିଶତ ହାରରେ ଜିଡିପି ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କୃଷି ସେକ୍ଟରର ଅଭିବୃଦ୍ଧି ଲକ୍ଷ୍ୟ ୩.୯ ପ୍ରତିଶତ ରଖାଯାଇଛି। ସେହିପରି ଶିଳ୍ପ କ୍ଷେତ୍ରର ବିକାଶ ହାର ୧୧.୮ ପ୍ରତିଶତ ଏବଂ ସର୍ଭିସ୍‌ ସେକ୍ଟରର ଅଭିବୃଦ୍ଧି ହାରକୁ ୮.୨ ପ୍ରତିଶତ ରଖାଯାଇଛି।

ସର୍ବେକ୍ଷଣରେ ଦରଦାମ୍‌ ବୃଦ୍ଧି ନେଇ ସରକାରଙ୍କୁ ସତର୍କ କରାଯାଇଛି। ସରକାରଙ୍କୁ କେତେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହା ଦ୍ୱାରା ଦରଦାମ୍‌ ବୃଦ୍ଧି କମି ପାରିବାର ଆଶା ରହିଥିତ୍ବା ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି।

Share