ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦.୭% ଖସିବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନରେ ପରିବର୍ତ୍ତନ କରିଛି। ଜିଡିପି ୧୨.୫% ଖସିବ ବୋଲି ଏସ୍ବିଆଇ ଏହାର ଇକୋରାପ ରିପୋର୍ଟରେ ପ୍ରକାଶ କରିଥିଲା। ମାତ୍ର ଏହି ଆକଳନକୁ ଏସ୍ବିଆଇ ବର୍ତ୍ତମାନ ପରିବର୍ତ୍ତନ କରିଛି। ଏହି ଅବଧିରେ ଜିଡିପିରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ ବୋଲି ଏସ୍ବିଆଇ କହିଛି। ସୂଚନା ଯୋଗ୍ୟ, କୋଭିଡ-୧୯ ଯୋଗୁ ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ସରକାର ଏବେ ସୁଦ୍ଧା ୩ ଟି ପ୍ୟାକେଜ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ଘୋଷଣା ହୋଇଥିବା ପ୍ୟାକେଜ ଅର୍ଥ ବ୍ୟବସ୍ଥା ଲାଗି କିଛିଟା ଫଳପ୍ରଦ ହେବ ବୋଲି ଏଜେନ୍ସିଗୁଡିକ କହୁଛନ୍ତି।