ନୂଆଦିଲ୍ଲୀ, ୧୨।୯ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ୍ ଘରୋଇ ଉତ୍ପାଦ(ଜିଡିପି) ୧୧.୫% ଖସିବ ବୋଲି ରେଟିଂ ଏଜେନ୍ସି ମୁଡିସ୍ ଏହାର ପରିବର୍ତ୍ତିତ ଆକଳନରେ କହିଛି। ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ୪% ଖସିବା ନେଇ ଏହି ଏଜେନ୍ସି ପୂର୍ବରୁ ପୂର୍ବାନୁମାନ କରିଥିଲା। ଭାରତର କ୍ରେଡିଟ ପ୍ରୋଫାଇଲ ଉପରେ ଚାପ ପଡୁଥିବା ବେଳେ ଉଚ୍ଚ ହାରରେ ଋଣ ଚାପ ଏବଂ ଫାଇନାନ୍ସିଆଲ ସିଷ୍ଟମରେ ଦୁର୍ବଳ ସ୍ଥିତି ଜାରି ରହିଛି। କରୋନା ମହାମାରୀ ଯୋଗୁ ବଜାର ଲାଗି ସଙ୍କଟ ସୃଷ୍ଟି ହୋଇଥିବା ଏହାର ରିପୋର୍ଟରେ କୁହାଯାଇଛି। ଚଳିତ ଆର୍ଥତ୍କ ବର୍ଷରେ ଘରୋଇ ବଜାର ଉପରେ ଏହା ଗଭୀର ଚାପ ପକାଇବ ବୋଲି ମୁଡିସ୍ ଆଶଙ୍କା ପ୍ରକଟ କରିଛି। ସେହିଭଳି ୨୦୨୧-୨୨ ଆର୍ଥତ୍କ ବର୍ଷରେ ଅର୍ଥ ବ୍ୟବସ୍ଥା ୧୦.୬% ଅଭିବୃଦ୍ଧି କରିବା ନେଇ ଏହା ଆଶା ପ୍ରକଟ କରିଛି। ଏହି ସମୟରେ ଭାରତ ବଜାରର ଅଭିବୃଦ୍ଧି ୧୦.୫% ନିମ୍ନରେ ରହିବା ନେଇ ଅନ୍ୟ ଏକ ବିଶ୍ୱ ସ୍ତରୀୟ ଏଜେନ୍ସି ଫିଚ୍ ନିକଟରେ ପୂର୍ବାନୁମାନ କରିଛି। ସେହିଭଳି ଜିଡିପି ହ୍ରାସ ଯଥାକ୍ରମେ ୯% ଓ ୧୧.୫% ରହିବ ବୋଲି ଭାରତୀୟ ଏଜେନ୍ସି କ୍ରିସିଲ ଏବଂ ଇଣ୍ଡିଆ ରେଟିଂ ପକ୍ଷରୁ ପୂର୍ବାନୁମାନ କରାଯାଇଛି।