ନୂଆଦିଲ୍ଲୀ: କ୍ୟାଲେଣ୍ଡର ବର୍ଷ ୨୦୨୧ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୫% ରହିବା ନେଇ ଜାତିସଂଘ ପକ୍ଷରୁ ବୁଧବାର ଆକଳନ କରାଯାଇଛି। ଜାନୁୟାରୀରେ କରାଯାଇଥିବା ଆକଳନ ତୁଳନାରେ ଏହା ବର୍ତ୍ତମାନ ୦.୨% ବୃଦ୍ଧି କରିଥିବା ଜଣାପଡ଼ିଛି। କୋଭିଡ୍-୧୯ ମାମଲା ବଢୁଥିବା ବେଳେ ବିଭିନ୍ନ ଦେଶରେ ଟିକାକରଣ ଠିକ୍ ଭାବେ ହେଉ ନ ଥିବାରୁ ଏହା ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି ବୋଲି ଏହି ଏଜେନ୍ସି ଏହାର ଓ୍ବାର୍ଲଡ ଇକୋନୋମିକ ସିଚୁଏଶନ ଆଣ୍ଡ ପ୍ରସ୍ପେକ୍ଟ ରିପୋର୍ଟରେ ପ୍ରକାଶ କରିଛି। ୨୦୨୨ରେ ଭାରତ ୧୦.୧% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଜାତିସଂଘ ଆଶାବାଦୀ ରହିଛି। ଦ୍ୱିତୀୟ ଲହରର ପ୍ରଭାବ ଭାରତର ପବ୍ଲିକ ହେଲ୍ଥ ସିଷ୍ଟମକୁ ଝଟକା ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୨୧ରେ ବିଶ୍ୱ ଅର୍ଥ ବ୍ୟବସ୍ଥା ୫.୪% ଅଭିବୃଦ୍ଧି ହାସଲ କରିପାରେ। ୨୦୨୦ରେ ଏହା ୩.୬% ହ୍ରାସ ହୋଇଥିଲା।
ଆକଳନ କମାଇଲା ମୁଡିସ୍
ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍ ଇନ୍ଭେଷ୍ଟର୍ସ ସର୍ଭିସ ୯.୩%କୁ କମାଇଛି। କରୋନାର ଦ୍ୱିତୀୟ ଲହର ଦେଶର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଏହା ଦୀର୍ଘମିଆଦୀ ଭିତ୍ତିରେ ସୁଧାର ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥିବା ଏହା ପ୍ରକାଶ କରିଛି। ଏହା ଭାରତର ରେଟିଂକୁ ବିଏଏ୩ ରଖିଥିବା ବେଳେ ଆଉଟଲୁକ୍କୁ ନେଗେଟିଭ ରଖିଥିବା ଜଣାପଡିଛି।