Categories: ବାଣିଜ୍ୟ

ଚଳିତ ଆର୍ଥିକ ଜିଡିପି ୧୦.୩% ଖସିବ: ଗୋଲ୍ଡମ୍ୟାନ ସ୍ୟାଚ୍‌

ମୁମ୍ବାଇ: ବିଦେଶୀ ବ୍ରୋକ୍‌ରେଜ କମ୍ପାନୀ ଗୋଲ୍ଡମ୍ୟାନ ସ୍ୟାଚ୍‌ ଭାରତ ଲାଗି ପୂର୍ବରୁ କରିଥିବା ଅଭିବୃଦ୍ଧ ଆକଳନକୁ ବଦଳାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ୧୦.୩% ହ୍ରାସ ହେବ ବୋଲି ଏହି ଏଜେନ୍ସି କହିଛି। ଏହି ଅବଧିରେ ଭାରତର ଜିଡିପି ୧୪.୮% ଖସିବ ବୋଲି ଏହା ପୂର୍ବରୁ କହିଥିଲା। ବର୍ତ୍ତମାନ ୨ କମ୍ପାନୀର କରୋନା ଭାକ୍‌ସିନ ସଫଳ ହେବା ନେଇ ଆଶା ବଢିଛି। ଏହି କମ୍ପାନୀଗୁଡିକ ମଧ୍ୟରେ ଫାଇଜର ଏବଂ ମଡର୍ନା ରହିଛନ୍ତି। ଭାକ୍‌ସିନ ଆସିବା ଆଶା ବଢିଥିବାରୁ ଏହା ଆର୍ଥତ୍କ ଅଭିବୃଦ୍ଧିକୁ ଫେରାଇ ଆଣିବା ଦିଗରେ ସହାୟକ ହେବ। ଜିଡିପି ୯.୫% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ମଧ୍ୟ ଆକଳନ କରିଛି। କୋଭିଡ-୧୯କୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି।
ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତ ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ବୋଲି ଆମେରିକା ଭିତ୍ତିକ ଏହି ଏଜେନ୍ସି ରିପୋର୍ଟରେ ଉଲ୍ଲେଖ କରିଛି। ୨୦୨୧ଠାରୁ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଟ୍ରାକକୁ ଫେରିବାର ବେଶ ସମ୍ଭାବନା ରହିଛି। ଏହି ସମୟରେ ସେବା କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ। ବର୍ତ୍ତମାନ ଶ୍ରମ ବଜାର ପ୍ରଭାବିତ ହୋଇ ରହିଥିବା ବେଳେ ଘରୋଇ କ୍ଷେତ୍ରର ଆୟ ମଧ୍ୟ ପ୍ରଭାବିତ ଅବସ୍ଥାରେ ରହିଛି। ଋଣ ଯୋଗାଣ ସ୍ଥିତି ଚାପରେ ରହିଛି। ସେହିଭଳି ସରକାରଙ୍କ ବିତ୍ତୀୟ ନୀତିରୁ ଅର୍ଥବ୍ୟବସ୍ଥାକୁ ବିଶେଷ ଲାଭ ମିଳିପାରିନାହିଁ। ଏହି କାରଣଗୁଡିକ ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରିବାରେ ସମସ୍ୟା ସୃଷ୍ଟି କରୁଛି ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି।

Share