ଗୀତା ବାସ୍ରା-ହରଭଜନ ସିଂ କରୋନା ପଜିଟିଭ

ଚଣ୍ଡିଗଡ଼,୩୦ ।୧: ବଲିଉଡ୍ ଅଭିନେତ୍ରୀ ଗୀତା ବାସ୍ରା ଓ ତାଙ୍କ କ୍ରିକେଟର ପତି ହରଭଜନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ଉଭୟ କ୍ୱାରାଣ୍ଟାଇନରେ ଥିବା ବେଳେ ଏହା ସେମାନଙ୍କ ପାଇଁ ଏକ ଖରାପ ସମୟ ବୋଲି ହରଭଜନ କହିଛନ୍ତି । ଲୋହଡି ପର୍ବ ପାଳନ ସମୟରେ ଏମାନେ ସଂକ୍ରମିତ ହୋଇଥିବା ଅନୁମାନ କରୁଛନ୍ତି । ତେବେ ଖୁବ୍ କମ୍ ଅତିଥିରେ ଏମାନେ ଲୋହଡି ପାଳନ କରିଥିଲେ ବି ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ୨୧ ଜାନୁୟାରୀରେ ଗୀତା ସୂଚନା ଦେଇଥିଲେ କି ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ୪ ଦିନ ପୂର୍ବେ ହରଭଜନ ତାଙ୍କର କରୋନା ଟେଷ୍ଟ କରିଥିବା ବେଳେ ଏବେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏମାନେ ଏବେ ଅଲଗା ରହୁଥିବା ବେଳେ ଯେହେତୁ ପଞ୍ଜାବରେ ରହିଛନ୍ତି ତେଣୁ ହରଭଜନଙ୍କ ପରିବାରର ସପୋର୍ଟ ତାଙ୍କୁ ମିଳୁଛି ବୋଲି ଗୀତା କହିଛନ୍ତି । ଏବେ ସେମାନେ ଏକେଲା ରହି ନିଜର ସୁସ୍ଥତା ଉପରେ ଧ୍ୟାନ ଦେଉଛନ୍ତି ।