ଦୀର୍ଘ ଦିନ ପରେ ପରଦାକୁ ଫେରିବେ ଗୀତା ବାସ୍ରା

ମୁମାଇ: ଦୀର୍ଘ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଗୀତା ବାସ୍ରା। ସେ ଫିଲ୍ମ ‘ନୋଟରୀ’ରେ ନଜର ଆସିବେ ବୋଲି ଏବେ ଚର୍ଚ୍ଚା ହେଉଛି। ଫିଲ୍ମରେ ସେ ପରମବ୍ରତ ଚାଟାର୍ଜୀଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ତେବେ ଫିଲ୍ମକୁ ନିର୍ଦ୍ଦେଶକ ପୱନ ବାଡେୟର ନିର୍ଦ୍ଦେଶନା ଦେବେ। ୫ ଅକ୍ଟୋବରରୁ ଭୋପାଳରେ ଏହାର ଶୁଟିଂ ଆରମ୍ଭ ହେବ। ଏହାକୁ ନେଇ ଗୀତା ନିଜେ ସୂଚନା ଦେଇ କହିଛନ୍ତି, ମୋତେ ଏହି ଭୂମିକା ଦିଆଯାଇଥିବାରୁ ମୁଁ ବହୁତ ଖୁସି ଅଛି।

Share