Categories: ଜାତୀୟ

ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ ସ୍ୟାଣ୍ଡ’କୁ ମିଳିଲା ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର

ନୂଆଦିଲ୍ଲୀ,୨୭ ।୫: ଲେଖିକା ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ ସ୍ୟାଣ୍ଡ’କୁ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ମିଳିଛି । ଏହାକୁ ଡେଜି ସକବେଲ ଟ୍ରାନ୍ସଲେଟ କରିଛନ୍ତି । ବିଶ୍ୱର ଯେଉଁ ୧୩ଟି ପୁସ୍ତକ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ତାଲିକାରେ ଥିଲା ସେଥିମଧ୍ୟରେ ଏହି ଉପନ୍ୟାସ ସାମିଲ ଥିଲା । ଏହା ହିନ୍ଦୀ ଭାଷାର ପ୍ରଥମ ପିକ୍ସନ ଯାହା ଏହି ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାର ଦୌଡରେ ସାମିଲ ଥିଲା ।
‘ଟମ୍ବ ଅଫ ସ୍ୟାଣ୍ଡ’ ପ୍ରତିଷ୍ଠିତ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ପାଇବାରେ ଭାରତୀୟ ଭାଷାର ପ୍ରଥମ ପୁସ୍ତକ । ଗୁରୁବାର ଲଣ୍ଡନରେ ଏକ ସମାରୋହରେ ଲେଖିକା କହିଛନ୍ତି, ‘ବୋଲ୍ଟ ଫ୍ରମ ଦ ବ୍ଲୁ’ରୁ ସେ ସମ୍ପୁର୍ଣ୍ଣ ଅଭିଭୁତ ଥିଲେ । ସେ ୫୦,୦୦୦ ଜିବିପିର ପୁରସ୍କାର ନେବା ସହ ଏହି ପୁସ୍ତକର ଇଂରାଜୀ ଅନୁବାଦକ ଡେଜି ରକବେଲଙ୍କ ସହ ଏହାକୁ ଶେୟାର କରିଛନ୍ତି ।

 

Share