Categories: ଜାତୀୟ

ନିର୍ବାଚନ ପୂର୍ବରୁ ଗେହଲଟଙ୍କ ବଡ ଘୋଷଣା, ରାଜ୍ୟରେ ହେବ ଆଉ ୩ ନୂଆ ଜିଲା

ଜୟପୁର,୬।୧୦: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ବଡ଼ ଘୋଷଣା କରିଛନ୍ତି। ରାଜସ୍ଥାନରେ ର ଆଉ ତିନୋଟି ନୂତନ ଜିଲା ସୃଷ୍ଟି ହେବ ବୋଲି ଗେହଲଟ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି। ଗେହଲଟ କହିଛନ୍ତି , ଜନସାଧାରଣଙ୍କ ଚାହିଦା ଏବଂ ଉଚ୍ଚ ସ୍ତରୀୟ କମିଟିର ସୁପାରିଶ ଅନୁଯାୟୀ ରାଜସ୍ଥାନରେ ଆଉ ତିନୋଟି ନୂତନ ଜିଲା ସୃଷ୍ଟି ହେବ। ଏଥିମଧ୍ୟରେ ମାଳପୁରା, ସୁଜାନଗଡ ଏବଂ କୁଚାମନ ସିଟି ସାମିଲ ହେବ। ନୂଆ ଜିଲା ହେବା ପରେ ରାଜ୍ୟରେ ଜିଲା ସଂଖ୍ୟା ୫୩ ହେବ। ଭବିଷ୍ୟତରେ ମଧ୍ୟ ଉଚ୍ଚ ସ୍ତରୀୟ କମିଟିର ସୁପାରିଶ ଅନୁଯାୟୀ ସୀମା ଇତ୍ୟାଦି ସମସ୍ୟାର ସମାଧାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share