ଗେହଲଟ ସରକାରଙ୍କ ନୂଆ ଆଇନ: ମାସ୍କ ପିନ୍ଧିବା ଅନିବାର୍ଯ୍ୟ

ଜୟପୁର,୩।୧୧: ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ ସର୍ବ ସାଧାରଣସ୍ଥଳରେ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରାଯାଇଛି। ରାଜ୍ୟରେ ଦନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଧାନସଭାରେ ଏସମ୍ପର୍କିତ ପ୍ରସ୍ତାବ ସର୍ବସମ୍ମତ ଭାବେ ଅନୁମୋଦିତ ହୋଇଛି। ଏହି ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ଆଇନମନ୍ତ୍ରୀ ଶାନ୍ତି କୁମାର ଧାରିଓ୍ବାଲ କହିଥିଲେ ଯେ, କରୋନା ମହାମାରୀ ଦେଶବ୍ୟାପି ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ରାଜସ୍ଥାନ ମହାମାରୀ ଅଧିନିୟମ-୨୦୨୦ ଅର୍ନ୍ତଗତ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି। ମାସ୍କ ନ ପିନ୍ଧିଲେ କରୋନାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ।

Share