Categories: ଜାତୀୟ

ଜିଦ୍‌ରେ ଅଡ଼ିବସିଲେ ଗେହଲଟ୍‌

ଜୟପୁର,୨୯।୭: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମଙ୍ଗଳବାର ରାଜସ୍ଥାନର ଗେହଲଟ୍‌ ସରକାର ରାଜ୍ୟପାଳ କଲରାଜ୍‌ ମିଶ୍ରଙ୍କୁ ଏକ ପ୍ରସ୍ତାବ ଦେବା ସହ ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଆରମ୍ଭ କରିବା ଲାଗି ଦାବି କରିଛନ୍ତି। ତେବେ ଆସ୍ଥାଭୋଟ ଲୋଡ଼ିବା ନେଇ ଏଥିରେ କିଛି ଲେଖା ନ ଥିବା ଜଣାପଡ଼ିଛି। ପ୍ରଥମ ପ୍ରସ୍ତାବକୁ ରାଜ୍ୟପାଳ ଏଡ଼ାଇ ଯାଇଥିବାବେଳେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା। ସୋମବାର ପୁନଃ ଚିଠାପ୍ରସ୍ତାବ ଲାଗି ସେ କହିଥିଲେ। ନୂଆ ପ୍ରସ୍ତାବରେ ଆସ୍ଥାଭୋଟ ଲାଗି ଯୋଜନା ଥିଲେ ବିଧାନସଭା ଡ଼କାଯାଇପାରିବ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ସେପଟେ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖଚରିୟାଓ୍ବାସ କହିଛନ୍ତି, ରାଜ୍ୟପଶଲଙ୍କ ସହ ଆମର କୌଣସି ଶତ୍ରୁତା ନାହିଁ। କେବଳ ବିଧାନସଭା ଅଧିବେଶନ ଡ଼କାଯିବା ଲାଗି ରାଜ୍ୟ ସରକାର ଚାହୁଁଛନ୍ତି। ଏଥିଲାଗି ସରକାରଙ୍କ ଅଧିକାର ରହିଛି। ମୁହାଁମୁହିଁ ହେବାକୁ ଚାହୁଁନାହୁଁ, କିନ୍ତୁ ଏଥର ସେ ସ୍ବୀକୃତି ଦେବା ଉଚିତ।

Share