Categories: ଜାତୀୟ

ରାଜ୍ୟପାଳଙ୍କୁ ଭେଟିଲେ ଗେହଲଟ

ଜୟପୁର,୧୯ା୭: ରାଜସ୍ଥାନ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଆଞ୍ଚଳିକ ଦଳର ୨ ବିଧାୟକ ପୁଣିଥରେ ସମର୍ଥନ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ସନ୍ଧ୍ୟାରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି। ଏହା ସୌଜନ୍ୟମୂଳକ ସାକ୍ଷାତ୍‌ ଥିଲା ବୋଲି ଗେହଲଟ କହିଛନ୍ତି। ଉଭୟଙ୍କ ମଧ୍ୟରେ କରୋନା ସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ୪୫ ମିନିଟ ଆଲୋଚନା ହୋଇଥିଲା। ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି)ର ଦୁଇ ବିଧାୟକ ସରକାରଙ୍କୁ ସେମାନଙ୍କ ସମର୍ଥନ ଘୋଷଣା କରିଥିବା ଗେହଲଟ ଟୁଇଟ୍‌ କରିଛନ୍ତି।

Share