Posted inଜାତୀୟ

ରଦ୍ଦ ହୋଇପାରେ ଗେହଲଟଙ୍କ ନାମାଙ୍କନ, ସତ୍ୟପାଠରେ ତ୍ରୁଟି…

ଜୟପୁର,୯।୧୧ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସିଏମ ଏବଂ ଭେଟେରାନ କଂଗ୍ରେସ ନେତା ଅଶୋକ ଗେହଲଟ ଯୋଧପୁରର ସର୍ଦ୍ଦାରପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିନ୍ତୁ, ତାଙ୍କ ନିର୍ବାଚନୀ ସତ୍ୟପାଠକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଭାଜପା ବଡ ଅଭିଯୋଗ ଆଣିଛି। ଭାଜପା କହିଛି ନିର୍ବାଚନ ସତ୍ୟପାଠରେ ଦୁଇଟି ଅପରାଧିକ ମାମଲା ସମ୍ପର୍କରେ ସିଏମ ଗେହଲଟ କୌଣସି ସୂଚନା ଦେଇନାହାଁନ୍ତି। ଏଥିପାଇଁ ଦଳ ନିର୍ବାଚନ ଆୟୋଗଙ୍କୁ ଏକ ଅଭିଯୋଗ ପତ୍ର ଲେଖିଛି।

ରିପୋର୍ଟ ଅନୁଯାୟୀ, ଭାଜପା ଏହି ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିଛି ଏବଂ ଗେହଲୋଟଙ୍କ ନାମାଙ୍କନପତ୍ର ରଦ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କଠାରେ ଦାବି କରିଛି। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ନିର୍ବାଚନୀ ସତ୍ୟପାଠରେ ଗେହଲଟ ଜାଣିଶୁଣି ଏଫଆଇଆର୍‌ ବିଷୟରେ ସୂଚନା ଦେଇ ନାହାନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁଇଟି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ମୁଖ୍ୟମନ୍ତ୍ରୀ ଏହି ମାମଲାଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଥିଲେ କିନ୍ତୁ ସତ୍ୟପାଠରେ ଏହା ଉଲ୍ଲେଖ କରି ନାହାନ୍ତି।

ଗେହଲଟଙ୍କ ବିରୋଧରେ ପ୍ରଥମ ମାମଲା ଜମି ସ୍କାମ ଏବଂ ଦ୍ୱିତୀୟଟି ଡକାୟତି ତଥା ବଳାତ୍କାର ଭଳି ଅପରାଧ ସହ ଜଡିତ। ନିର୍ବାଚନୀ ସତ୍ୟପାଠରେ ସେ ଏହି ଦୁଇଟି ବିଷୟରେ ଉଲ୍ଲେଖ କରିନାହାଁନ୍ତି। ଆମେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛୁ, ସେମାନେ ଏହି ଘଟଣାର ଅବଗତ ହୋଇ ଗେହଲଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

ଏଥି ସହିତ ଭାଜପାର ଅଭିଯୋଗ ପରେ ଜିଲା ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ସୂଚନା ଲୋଡିଛନ୍ତି। ଜିଲା ନିର୍ବାଚନ ଅଧିକାରୀ ହିମାଂଶୁ ଗୁପ୍ତା କହିଛନ୍ତି ସିଏମ ଅଶୋକ ଗେହଲଟଙ୍କ ବିରୋଧରେ ଅଭିଯୋଗ ପଞ୍ଜିକୃତ ହୋଇଛି। ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଲୋଡାଯାଇଛି। ରିପୋର୍ଟ ପାଇବା ପରେ, ଆମେ ଏହି ସମଗ୍ର ଘଟଣାର ଅନୁସନ୍ଧାନ କରିବୁ। ତେବେ ଏହି ସମଗ୍ର ପ୍ରସଙ୍ଗରେ ସିଏମ ଗେହଲଟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri