Categories: ଜାତୀୟ

ଗେହଲଟ୍‌ଙ୍କ ସ୍ବତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌: ୫୦ ହଜାର ଟଙ୍କାର ସୁଧମୁକ୍ତ ଋଣ

ଜୟପୁର,୨୪।୨: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ବୁଧବାର ବଜେଟ ଉପସ୍ଥାପନା କରିଛନ୍ତି। ରାଜ୍ୟରେ କୋବିଡ୍‌ ମୁକାବିଲା ପାଇଁ ବଜେଟରେ ସ୍ବତନ୍ତ୍ର ପ୍ୟାକେଜ୍‌ ଆବଣ୍ଟିତ କରାଯାଇଛି। ସେହିପରି ବେକାରଙ୍କ ରୋଜଗାର ପାଇଁ ୫୦ ହଜାର ଟଙ୍କାର ସୁଧମୁକ୍ତ ଋଣ ଘୋଷଣା କରାଯାଇଛି। ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସୁବିଧା ଯୋଗାଇ ଦିଆଯିବା ସମ୍ପର୍କରେ ବଜେଟରେ ଉଲ୍ଲେଖ କରାଯାଇଛି। ଏହି ବ୍ୟବସ୍ଥା ଆସନ୍ତା ବର୍ଷଠାରୁ ଲାଗୁ ହେବ ବୋଲି ସରକାର କହିଛନ୍ତି। ସ୍ବାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟର ୨୫ ଜିଲା ମୁଖ୍ୟାଳୟରେ ନର୍ସିଂ ମହାବିଦ୍ୟାଳୟ ଖୋଲାଯିବା ଲାଗି ସରକାର କହିଛନ୍ତି। ଏହା ସହିତ କେତେକ ଜିଲାରେ ହସ୍ପିଟାଲ ସ୍ଥାପନା କରାଯିବା ସହିତ ପୁରୁଣା ହସ୍ପିଟାଲଗୁଡ଼ିକର ବିକାଶ କରାଯିବା ଲାଗି ବଜେଟରେ ବ୍ୟୟବରାଦ କରାଯାଇଛି।

Share