ସବୁ ସୀମା ଟପିଗଲେ ଦୀପିକା

ବମ୍ବେ: ବିବାହ ପରେ ବୋଲ୍ଡ ଦୃଶ୍ୟ ଦେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ଚଳଚ୍ଚିତ୍ର ‘ଗେହରାଇୟାଁ’ରେ ସବୁ ସୀମା ଟପିଛନ୍ତି ସେ। ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ତାଙ୍କର ଅନେକ କିସିଂ ଦୃଶ୍ୟ ଏଥିରେ ରହିଛି।

ଫିଲ୍ମର ରିଲିଜ ତାରିଖ ପାଖେଇ ଆସୁଥିବା ବେଳେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏହାର ନୂଆ ଗୀତ ‘ବେକାବୁ’। ଗୀତରେ ଦୀପିକା ରୋମାନ୍ସର ସବୁ ସୀମା ଟପିଯାଇଥିବା ଦେଖିବାକୁ ମିଳୁଛି। ୨ ମିନିଟ ୨୦ ସେକେଣ୍ଡର ଏହି ଗୀତକୁ ଗାଇଛନ୍ତି ସବେରା ଏବଂ ଶାଲ୍‌ମଲୀ ଖୋଲଗଡେ। ସମୁଦ୍ର ଉପର କ୍ରୁଜ୍‌ରେ ଏହାର ଶୁଟିଂ କରାଯାଇଛି। ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ‘ଡୁବେ’ ରିଲିଜ ହୋଇଥିଲା। ଏହାକୁ ବହୁତ ପସନ୍ଦ କରାଯାଇଥିଲା।

‘ଗେହରାଇୟାଁ’ର କାହାଣୀ ବେଶ ରୋମାଞ୍ଚକ। ଏଥିରେ ଦୀପିକା(ଅଲିଶା) ଏବଂ ଅନନ୍ୟା ପାଣ୍ଡେ(ଟିୟା) ଦୁଇ ଭଉଣୀ ହୋଇଛନ୍ତି। ଉଭୟ ଭିନ୍ନ ଜୀବନ ଜିଉଁଥିବା ବେଳେ ସେମାନଙ୍କର ପାର୍ଟନର ଅଛନ୍ତି। ସମୟକ୍ରମେ ଅଲିଶା ଟିଆଙ୍କ ଭାବିସ୍ବାମୀଙ୍କ ପ୍ରେମରେ ପଡ଼ିଯାଉଛନ୍ତି। ଫଳରେ ଜୀବନରେ କ’ଣ ହେଉଛି ତାହା ଦେଖିବାକୁ ମିଳିବ। ଫେବୃୟାରୀ ୧୧ରେ ଆମାଜନ୍‌ ପ୍ରାଇମ୍‌ରେ ଫିଲ୍ମଟି ରିଲିଜ ହେବ। ଏବେ ସମସ୍ତ କଳାକାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।

Share