Categories: ଜାତୀୟ

ଅନ୍ତିମ ଯାତ୍ରାରେ ଦେଶର ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ମର ଶରୀରକୁ ଅନ୍ତିମ ଯାତ୍ରାରେ ନିଆଯାଇଛି । ସନ୍ଧ୍ୟା ୫ଟାରେ ଦିଲ୍ଲୀର ବରାର ସ୍କୋୟାରରେ ପତ୍ନୀ ମଧୁଲିକାଙ୍କ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସେଠାରେ ୧୭ ତୋପ ସଲାମି ସହ ରାଜକୀୟ ଢଙ୍ଗରେ କରାଯିବ ଜେନେରାଲ ରାୱତଙ୍କ ଅନ୍ତିମ ସଂସ୍କାର । ରାୱତଙ୍କ ଶେଷ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିବା ବେଳେ ପ୍ରାୟ ୮୦୦ ସେନା ସାମିଲ ହୋଇଛନ୍ତି ।

Share