ପାକିସ୍ତାନରେ ଲିଙ୍ଗଗତ ଭେଦଭାବ, ଦେଶରେ ୫ ପ୍ରତିଶତରୁ କମ୍‌ ମହିଳା ଗଣମାଧ୍ୟମ ପ୍ରତିନିଧି…

ଇସଲାମାବାଦ, ୩୦।୮ : ପାକିସ୍ତାନରେ ମହିଳା କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବଢ଼ିବାରେ ଲାଗିଛି। ଦେଶରେ ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ, ଲିଙ୍ଗଗତ ପକ୍ଷପାତିତା ଏକ ସମସ୍ୟା ସୃଷ୍ଟି କରିଛି। ଦେଶରେ ଗଣମାଧ୍ୟମ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥିତି ସଙ୍କଟରେ ରହିଛି। ଅଭିବ୍ୟକ୍ତିର ସ୍ବାଧୀନତା ରେଟିଂରେ ପାକିସ୍ତାନ କ୍ରମାଗତ ଭାବେ ନିମ୍ନ ମାନ୍ୟତା ପାଇବାରେ ଲାଗିଛି। ଅନଲାଇନ କ୍ଷେତ୍ରରେ ମଧ୍ୟ ଏହା ତାଲିକାରେ ନିମ୍ନରେ ରହିଛି। ପାକିସ୍ତାନରେ ମହିଳା ଗଣମାଧ୍ୟମ ପ୍ରତିନିଧିମାନେ ହିଂସା ଏବଂ ଧମକର ସମ୍ମୁଖୀନ ହେଉଛନ୍ତି।

ଜଣେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁଯାୟୀ, ପାକିସ୍ତାନୀ ଗଣମାଧ୍ୟମରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ରିପୋର୍ଟର ସମ୍ବେଦନଶୀଳତା ଏବଂ ଆନ୍ତରିକ ଲେଖା ଶୈଳୀ ମହିଳାଙ୍କ ପ୍ରଗତିର ସଙ୍କେତ ଦେଉଛି। ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସତ୍ତ୍ୱେ ଅନ-ସ୍କ୍ରିନ ଏବଂ ଅଫ ସ୍କ୍ରିନ୍‌ରେ ସେମାନଙ୍କର ପ୍ରତିନିଧିତ୍ୱ କମ ରହିଛି। ଦେଶରେ ପ୍ରାୟ ୨୦ ହଜାର ଗଣମାଧ୍ୟମ ପ୍ରତିନିଧି ରହିଥିବାବେଳେ ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ରା ୫ ପ୍ରତିଶତରୁ କମ ଅଛି।

ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କ କ୍ଷେତ୍ରରେ ଲିଙ୍ଗଗତ ପକ୍ଷପାତିତା ବଢ଼ିବାରେ ଲାଗିଛି। ପାକିସ୍ତାନର ଏକ ଅଗ୍ରଣୀ ଖବରକାଗଜର ରିପୋର୍ଟ ଅନୁଯାୟୀ, ଏହାର ସାଧାରଣ କାରଣ ଲିଙ୍ଗ ଭିତ୍ତିକ ରୁଢ଼ିବାଦୀ ଚିନ୍ତାଧାରା। ଏହି ରିପୋର୍ଟରେ ମିଡିଆ ୱାଚଡଗ ଫ୍ରିଡମ ନେଟୱାର୍କର ଏକ ରିପୋର୍ଟକୁ ଦର୍ଶାଇ ଲେଖକ କହିଛନ୍ତି ଯେ ମିଡିଆ ଇଣ୍ଡଷ୍ଟ୍ରିରେ ବରିଷ୍ଠ ପରିଚାଳନା ପଦବୀରେ ବହୁତ କମ ମହିଳା ଅଛନ୍ତି। ଏହାକୁ ନେଇ ଦେଶରେ ବୁଦ୍ଧିଜୀବୀମାନେ ସରକାରଙ୍କୁ ବିରୋଧ କରିଛନ୍ତି। ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ସୁବିଧା ସୁଯୋଗ ଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri