ଲିଙ୍ଗ ଅନୁପାତ ଓ ଚାଇନା ଅର୍ଥନୀତ

ଶାଙ୍ଗ୍‌-ଜିନ୍‌ ଓ୍ବି

ଚାଇନାର ସଦ୍ୟତମ ପ୍ରକାଶିତ ଜନଗଣନା ଅନୁସାରେ ପୁରୁଷଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ଅଧିକ ରହିଛି। ବୈଶ୍ୱିକ ମାନକ ତୁଳନାରେ ଏହା ଯଥେଷ୍ଟ ବେଶି ରହିଛି। ଜନସଂଖ୍ୟା ପରିସଂଖ୍ୟାନରେ ଜନ୍ମରୁ ଆରମ୍ଭ କରି ସବୁ ବର୍ଗରେ ରହିଥିବା ଲିଙ୍ଗଗତ ସାଂଖିକ ତାରତମ୍ୟ ଆର୍ଥିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱ ବହନ କରୁଛି ଏବଂ ଏହି ଅସନ୍ତୁଳନତାର ପ୍ରଭାବ କେବଳ ଚାଇନା ମଧ୍ୟରେ ସୀମିତ ନୁହେଁ। ହାରାହାରି ମହିଳାମାନେ ପୁରୁଷଙ୍କ ତୁଳନାରେ ବେଶି ଦିନ ବଞ୍ଚି ରହୁଥିବା ଯୋଗୁ ଅଧିକାଂଶ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଥାଏ। ଉଦାହରଣ ସ୍ବରୂପ,୨୦୨୦ରେ ଆମେରିକାରେ ପ୍ରତି ୧୦୦ଜଣ ମହିଳାରେ ୯୬ଜଣ ପୁରୁଷ ଅଛନ୍ତି। ଅନ୍ୟପକ୍ଷରେ ଚାଇନାରେ ଏହାର ବିପରୀତ ଦେଖିତ୍ତ୍ବାକୁ ମିଳିଛି। ଏଠାରେ ସର୍ବଶେଷ ଜନଗଣନା ଅନୁସାରେ ପ୍ରତି ୧୦୦ଜଣ ମହିଳାରେ ପୁରୁଷଙ୍କ ସଂଖ୍ୟା ରହିଛି ୧୦୫ ଜଣ। ଯଦିଓ ଚାଇନାରେ ହାରାହାରି ମହିଳାମାନେ ପୁରୁଷଙ୍କ ତୁଳନାରେ ପ୍ରାୟ ୩ ବର୍ଷ ଅଧିକ ବଞ୍ଚନ୍ତି, ହେଲେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଜନ୍ମହାର ଅଧିକ ଥିବାରୁ ଚାଇନାରେ ସେମାନଙ୍କ ସଂଖ୍ୟା ଅଧିକ ହୋଇଛି। ଚାଇନାରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ହେଉଛି ପ୍ରତି ୧୦୦ ଜଣ ଝିଅରେ ୧୦୬ ଜଣ ପୁଅ। ପୁଅ ଏବଂ ଯୁବକଙ୍କ ମୃତ୍ୟୁହାର ସାମାନ୍ୟ ଅଧିକ ରହିଥିବା, ପତିପତ୍ନୀଙ୍କ ମଧ୍ୟରେ ସାଧାରଣତଃ ସ୍ବାମୀମାନଙ୍କ ବୟସ ଅଧିକ ହେବା କାରଣରୁ ପ୍ରଜନନ ବୟସରେ ପହଞ୍ଚିବା ବେଳକୁ ପ୍ରାକୃତିକ ଜନ୍ମ ହାର ପ୍ରାୟ ୧:୧ ହୋଇଥାଏ। ଯଦିଓ ୧୯୭୦ରେ ଚାଇନାରେ ଜନ୍ମ ସମୟରେ ପୁରୁଷ ଓ ମହିଳାଙ୍କ ଅନୁପାତ ୧:୧ର ପାଖାପାଖିତ୍ତ୍ ଥିଲା ତେବେ ବିଭିନ୍ନ ପ୍ରକାର କାରଣରୁ ଏହା ବହୁତ ବୃଦ୍ଧି ପାଇଛି। ଏହାର ମୁଖ୍ୟ କାରଣ ହେଉଛି ପୁତ୍ର ସନ୍ତାନର ପ୍ରାପ୍ତି ଆଶା ଲୋକଙ୍କର ବହୁଗୁଣ ବଢିଯାଇଛି। ଆଉ ଆଧୁନିକ ଟେକ୍ନୋଲୋଜିର ବିଭିନ୍ନ ପ୍ରକ୍ରିୟା ତଥା ଅଲଟ୍ରାସାଉଣ୍ଡ ଯୋଗୁଁ ଏବେ ମାତାପିତାମାନେ ଭ୍ରୂଣର ଲିଙ୍ଗ ଜାଣିବାକୁ ସମର୍ଥ ହେଉଛନ୍ତି ଏବଂ ୧୯୮୦ରେ ସରକାରଙ୍କ ଦୃଢ ପରିବାର ନିୟନ୍ତ୍ରଣ ଯୋଜନା ଆଇନ ପରଠାରୁ ଅନେକ ପରିବାରର ଅଧିକ ସନ୍ତାନ ପ୍ରାପ୍ତି ଆଶାରେ ଭଟ୍ଟା ପଡ଼ଯାଇଛି।
ପରିବାର ନିୟୋଜନ ଯୋଜନା ଅନୁସାରେ କେତେକ ପରିବାରରେ ମାତାପିତାମାନେ ଲିଙ୍ଗ ନିରୂପଣ କରି ଗର୍ଭପାତ କରିବାକୁ ପସନ୍ଦ କରୁଛନ୍ତି। ଏହି ଲିଙ୍ଗ ନିରୂପଣଜନିତ ଗର୍ଭପାତ ନିଷେଧ କରିବାକୁ ଚାଇନା ସରକାର ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟା କଲେ, କିନ୍ତୁ ଜନ୍ମ ନିୟନ୍ତ୍ରଣ କରିବାକୁ ଏହାର ଆବଶ୍ୟକତା ପଡୁଥିବାରୁ ଅଧିକାଂଶ ଏଭଳି ଭାବେ ଗର୍ଭପାତ କରାଉଛନ୍ତି। ଫଳରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ଦ୍ରୁତ ଗତିରେ ବଢି ଚାଲିଛି। ୨୦୦୯ରେ ପ୍ରତି ୧୦୦ ଝିଅରେ ଥିତ୍ଲେ୧୨୧ଜଣ ପୁଅ ରହିଥିଲେ। କିନ୍ତୁ ବର୍ତ୍ତମାନର ଜନଗଣନା ଅନୁସାରେ ଏହି ଅନୁପାତ କମ୍‌ ହୋଇଛି, ଝିଅ ପୁଅ ଅନୁପାତ ୧୦୦: ୧୧୧.୩ ରହିଛି। ତେଣୁ ପୂର୍ବ ତୁଳନାରେ ପୁରୁଷ ଓ ମହିଳାଙ୍କ ଅନୁପାତ ଅଧିକ ସନ୍ତୁଳିତ ହୋଇପାରିଛି। ତଥାପି ପୁଅ ଝିଅ ଅନୁପାତରେ ରହିଥିବା ଏହି ତାରତମ୍ୟ ଭ୍ରୂଣ ହତ୍ୟା ଯୋଗୁଁ ହିଁ ଘଟୁଛି।
ଚାଇନାରେ ଅଧିକ ପୁରୁଷ ଜନ୍ମ ହେଉଥିବାରୁ ଏବେ ଅଧିକାଂଶ ଯୁବକଙ୍କୁ ବିବାହ ନିମନ୍ତେ କନ୍ୟା ମିଳିବା ସମ୍ଭବ ହେଉ ନାହିଁ। ପରିସଂଖ୍ୟାନ ଅନୁସାରେ ଚାଇନାରେ ପ୍ରତି ୯ ଜଣରେ ଜଣେ ପୁରୁଷ ନିଜ ପାଇଁ ପ୍ରେମିକା କିମ୍ବା ପତ୍ନୀ ଯୋଗାଡ କରିପାରୁ ନାହାନ୍ତି। ଗୁଆଙ୍ଗଡଙ୍ଗ ଏବଂ ଅନହୁଲ ଭଳି ଗ୍ରମାଞ୍ଚଳରେ ଏହି ସମସ୍ୟା ଅତ୍ୟନ୍ତ ଜିନ୍ତାଜନକ, ଯେଉଁଠି ୬ ଜଣ ପୁଅରେ ଜଣଙ୍କୁ ଜୀବନ ସାଥୀ ପାଇବାକୁ କଷ୍ଟକର ହୋଇପଡ଼ୁଛି।
ଗୋଟିଏ ପରେ ଗୋଟିଏ ବିଭିନ୍ନ ସହ-ଗବେଷକଙ୍କ ସହ ମୁଁ ଅନେକ ଗବେଷଣା କରିଛି । ଏହା ଉପରେ ପ୍ରସ୍ତୁତ କରାଯାଇଛି ବହୁ ପ୍ରାମାଣିକ ତଥ୍ୟ ସମ୍ବଳିତ ରିପୋର୍ଟ ବା ଆଲେଖ୍ୟ। ବେଳେବେଳେ ଚାଇନା ଓ ବିଶ୍ୱର ବିଷମ ଲିଙ୍ଗ ଅନୁପାତର ଆଶ୍ଚର୍ଯ୍ୟକର ଆର୍ଥିକ ପରିଣାମ ରହିଥିତ୍ବା ଲକ୍ଷ୍ୟ କରାଯାଇଛି । ନୂଆଜୀବନ ଆରମ୍ଭ କରିବାକୁ ଯାଉଥିବା ଯୁବକ, ବିଶେଷ କରି ମାତାପିତାଙ୍କ ସହ ରହୁଥିବା ଅବିବାହିତ ଯୁବକ ସେମାନଙ୍କ ସଞ୍ଚୟ ହାର ଅତ୍ୟଧିକ ବୃଦ୍ଧି କରିଥାନ୍ତି। ଡେଟିଂ ଏବଂ ମ୍ୟାରେଜ ମାର୍କେଟରେ ସେମାନଙ୍କର ତୁଳନାମତ୍କ ପ୍ରତିଯୋଗିତାମତ୍କ ମନୋଭାବ ଯୋଗୁ ସେମାନେ ଏଭଳି ସଞ୍ଚୟ ବୃଦ୍ଧି କରିଥାଆନ୍ତି ।
୨୦୧୧ର ଅନୁଧ୍ୟାନ ସମ୍ପର୍କିତ ଏକ ରିପୋର୍ଟରୁ ଜିଆଓବୋ ଝାଙ୍ଗ୍‌ ଏବଂ ମୁଁ ଜାଣିବାକୁ ପାଇଥିଲୁ ଯେ, ୧୯୯୦ ରୁ ୨୦୦୭ ମଧ୍ୟରେ ଚାଇନାରେ ବିବାହ ପୂର୍ବ ବୟସର ଯୁବ ଗୋଷ୍ଠୀଙ୍କର ସ୍ତ୍ରୀ-ପୁରୁଷ ଅନୁପାତ ବୃଦ୍ଧି କାରଣରୁ ଏହି ସମୟରେ ପରିବାରର ସଞ୍ଚୟ ହାରରେ ପ୍ରାୟ ଅଧା ବୃଦ୍ଧି ପାଇଥିଲା। ସଞ୍ଚୟରେ ବୃଦ୍ଧି ଗୋଟିଏ ଦେଶକୁ ବାଣିଜ୍ୟ ବ୍ୟବସାୟରେ ଆଗକୁ ବଢ଼ିବାରେ ଶକ୍ତି ଯୋଗାଇଥାଏ। ଚାଇନାର ଅନ୍ୟ ଦେଶଗୁଡ଼ିକ ସହ ଏହାର ବ୍ୟବସାୟରେ ହୋଇଥିତ୍ତ୍ବା ଅଗ୍ରଗତିର ଅଧା କିମ୍ବା ଏକ ତୃତୀୟାଂଶ ଯୋଗଦାନ ଦେଶର ସ୍ତ୍ରୀ-ପୁରୁଷ ଅନୁପାତ ବୃଦ୍ଧି ଯୋଗୁ ହୋଇଥାଇପାରେ ବୋଲି ୨୦୧୩ରେ କ୍ୱିଙ୍ଗୟାନ ଡୁୁ ଏବଂ ମୁଁ ପ୍ରକାଶ କରିଥିଲୁ । ଏହିପରି ଲିଙ୍ଗଗତ ଅସନ୍ତୁଳନ ଆମେରିକା ଏବଂ ଚାଇନା ମଧ୍ୟରେ ଟ୍ରେଡ୍‌ ଟେନ୍‌ଶନର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବେ ସହାୟକ ହେଉଥିତ୍ବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତଥାପି ଦ୍ୱିପାକ୍ଷିକ ବ୍ୟବସାୟ ଏଭଳି ସମ୍ପର୍କକୁ କମ୍‌ ଧ୍ୟାନ ଦେଉଛି।
ନିକଟରେ ଜର୍ନାଲ ଅଫ୍‌ ଡେଭଲପ୍‌ମେଣ୍ଟ ଇକୋନୋମିକ୍ସରେ ପ୍ରକାଶ ପାଇବାକୁ ଥିତ୍ବା ଏକ ରିସର୍ଚ୍ଚ ପେପର୍‌ରେ ଝିବୋ ଟାନ୍‌ ଏବଂ ଜିଆଓବୋ ଝାଙ୍ଗଙ୍କ ସହ ମୁଁ ଦର୍ଶାଇଛୁ ଯେ, ଚାଇନାର ଅସନ୍ତୁଳିତ ସ୍ତ୍ରୀ-ପୁରୁଷ ଅନୁପାତ ମଧ୍ୟ କର୍ମକ୍ଷେତ୍ରରେ କାର୍ଯ୍ୟ କରିବାରେ ଏକ ଅସୁରକ୍ଷିତ ବାତାବରଣ ସୃଷ୍ଟି କରେ। ଏହାଯୋଗୁ କାର୍ଯ୍ୟସ୍ଥଳୀରେ ଅନେକ ଆହତ ହେଉଛନ୍ତିି ଓ ଅନେକଙ୍କର ମଧ୍ୟ ମୃତ୍ୟୁ ଘଟୁଛି। ସମ୍ଭାବିତ କନ୍ୟା ଅଭାବ ଯୋଗୁ ଅନେକ ମାତାପିତାଙ୍କ ସହ ବିବାହ ଯୋଗ୍ୟ ବୟସର ପୁଅମାନେ ଅଧିତ୍କ କାର୍ଯ୍ୟ କରୁଛନ୍ତି ଏବଂ ବେଶି ଦରମା ଚାହଁୁଛନ୍ତି। ସେମାନେ ମାଇନିଂ, ନିର୍ମାଣ ଆଦି ବିପଜ୍ଜନକ କ୍ଷେତ୍ରରେ କିମ୍ବା କ୍ଷତିକାରକ ଉପାଦାନ ଓ ଅତ୍ୟଧିକ ଉତ୍ତାପ ଏବଂ ଥଣ୍ଡା ସଂସ୍ପର୍ଶରେ ଆସୁଥିବା କ୍ଷେତ୍ରରେ କାମ କରୁଛନ୍ତି। ସେମାନେ ଏହି ଚାକିରି କରିବାକୁ ମଧ୍ୟ ବେଶି ଚାହଁୁଛନ୍ତି। ଅନେକ ସମୟରେ ମାଲିକମାନେ କାର୍ଯ୍ୟସ୍ଥଳୀରେ କର୍ମଚାରୀଙ୍କ ସୁରକ୍ଷା ପାଇଁ କମ୍‌ ବ୍ୟୟ କରୁଛନ୍ତି। ଫଳରେ କାର୍ଯ୍ୟକ୍ଷେତ୍ର ସମ୍ପର୍କିତ ଆହତ ଓ ମୃତ୍ୟୁ ମାମଲା ବୃଦ୍ଧି ପାଉଛି।
ସହ-ଗବେଷକ ଏବଂ ମୁଁ ମଧ୍ୟ ଜାଣିବାକୁ ପାଇଛୁ ଯେ, ଯେଉଁ ଅଞ୍ଚଳରେ ଯୁକବଙ୍କ ତୁଳନାରେ କମ୍‌ ଯୁବତୀ ରହିଛନ୍ତି, ସେହି ସବୁ ଅଞ୍ଚଳରେ ଆକସ୍ମିକ ଦୁର୍ଘଟଣା ଜନିତ ଆଘାତ ଏବଂ କାର୍ଯ୍ୟ କ୍ଷେତ୍ରରେ ମୃତ୍ୟୁ ଅତ୍ୟଧିକ ରହୁଛି। ଏହାସହ ଅଭିଭାବକଙ୍କ ସହ ରହୁଥିବା ବିବାହ ଯୋଗ୍ୟ ବୟସର ପୁଅମାନେ ଅଧିକ ଆହତ କିମ୍ବା ମୃତ୍ୟୁର ଶିକାର ହେବା ସ୍ପଷ୍ଟ ହୋଇଛି। ଅସନ୍ତୁଳିତ ଲିଙ୍ଗଗତ ଅନୁପାତ ନିୟନ୍ତ୍ରିତ ହୋଇପାରିବ। କିନ୍ତୁ ଏହା କେବଳ ମନ୍ଥର ଗତିରେ ହେବ। ସ୍ବଇଚ୍ଛାରେ ଅବିବାହିତ ରହିବାର ନିଷ୍ପତ୍ତିରୁ ପୁଅମାନଙ୍କୁ ଦୂରେଇ ରଖିବା ପାଇଁ ମାତାପିତାମାନେ ଅଧିକ ଆର୍ଥିକ ଓ ଶାରୀରିକ ବୋଝ ନିଜ କାନ୍ଧକୁ ନେଉଥିବା ଲକ୍ଷ୍ୟ କରାଯାଉଛି। ପୁଅମାନେ ବି ଏଭଳି ବୋଝ ବହନ କରୁଛନ୍ତି। ଅନେକ ଯୁବ ଦମ୍ପତିି ଗୋଟିଏ ପୁଅ ସବୁଦୃଷ୍ଟିରୁ ଭଲ ବୋଲି ବିଚାର କରନ୍ତି। କିନ୍ତୁ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଲିଙ୍ଗଗତ ଜନ୍ମ ଅନୁପାତ ଅସନ୍ତୁଳିତ ରହିଛି। ଏଥିତ୍ରୁ ବୁଝାପଡୁଛି, ଏଯାବତ ଝିଅମାନଙ୍କ ପ୍ରତି ବିଦ୍ୱେଷ ଭାବ ଜାରି ରହିଛି।
ଦେଶର ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇବାକୁ ନେଇ ଚାଇନା ଚିନ୍ତିତ ଥିବାବେଳେ ଏହା ତା’ର ପରିବାର ନିୟୋଜନ ନୀତିକୁ କ୍ରମଶଃ କୋହଳ କରିଚାଲିଛି। ନୀତିନିର୍ଦ୍ଧାରକମାନେ ମଧ୍ୟ ଏଥିପାଇଁ ଆଗେଆସିବା ଉଚିତ ଓ କନ୍ୟା ସନ୍ତାନ ଥିତ୍ବା ମାତାପିତାଙ୍କୁ ଆଖିଦୃଶିଆ ଆର୍ଥିକ ସହାୟତା ଯୋଗାଇ ଦେବା ଦରକାର। ଏହି ପଦକ୍ଷେପ ଜନ୍ମସମୟର ଲିଙ୍ଗଗତ ଅନୁପାତରେ ରହିଥିବା ଅସନ୍ତୁଳନରେ ଶୀଘ୍ର ସୁଧାର ଆଣିପାରିବ ଏବଂ ସାମଗ୍ରିକ ଜନ୍ମ ହାରରେ ଘଟୁଥିବା ହ୍ରାସକୁ ରୋକିପାରିବ। ଏକ ସନ୍ତୁଳିତ ଲିଙ୍ଗଗତ ଅନୁପାତ କାର୍ଯ୍ୟର ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଲାଗି ଲୋକମାନଙ୍କୁ ଉତ୍ସାହିତ କରିବ। ଏହା ମଧ୍ୟ ଅନ୍ୟ ଦେଶ ସହ ଚାଇନାର ଟ୍ରେଡ ଟେନ୍‌ଶନକୁ ହ୍ରାସ କରିବାରେ ସାହାଯ୍ୟ କରିବ।
ପୂର୍ବତନ ଅର୍ଥନୀତିଜ୍ଞ, ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ୍‌
ପ୍ରଫେସର,ଫାଇନାନ୍ସ ଆଣ୍ଡ୍‌ ଇକୋନୋମିକ୍ସ(କଲମ୍ବିଆ ବିଜନେସ ସ୍କୁଲ), ସ୍କୁଲ ଅଫ୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ୍‌ ପବ୍ଲିକ ଆଫେୟାର୍ସ(କଲମ୍ବିଆ ୟୁନିଭର୍ସିଟି)