ସ୍ତ୍ରୀଙ୍କଠାରୁ ମାଡ ଖାଇଲେ ଏହି ଅଭିନେତା !

ବମ୍ବେ: ରାଜନୈତିକ ପରିବାରର ଥିବା ସତ୍ତ୍ୱେ ଅଭିନୟକୁ ପେସା ଭାବେ ବାଛିଥିଲେ ରିତେଶ ଦେଶମୁଖ। ଏପରିକି ସୁନ୍ଦରୀ ଅଭିନେତ୍ରୀ ଜେନେଲିୟା ଦେଶମୁଖଙ୍କ ପ୍ରେମରେ ପଡ଼ିଥିଲେ। ପରେ ହୋଇଥିଲା ବିବାହ। ଉଭୟଙ୍କୁ ଏବେ ବଲିଉଡ୍‌ର ବେଷ୍ଟ କପଲ୍‌ ଭାବେ ଗଣାଯାଏ। ହେଲେ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଅନ୍ୟ ଅଭିନେତ୍ରୀଙ୍କ ସହ ହସି ହସି କଥା ହେଉଥିଲେ ରିତେଶ। ଏବେ ତାହା ମହଙ୍ଗା ପଡ଼ିଛି। ସ୍ବାମୀଙ୍କୁ ପାନେ ଦେଉଥିବା ବେଳର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେ ଛାଡ଼ିବା ପରେ ପ୍ରଶଂସକମାନେ ହସ ରୋକିପାରୁନାହାନ୍ତି। କେହି କେହି ଯେସାକୁ ତେସା ବୋଲି ମଧ୍ୟ ଲେଖୁଛନ୍ତି।

ସେପ୍ଟେମ୍ବର ମାସରେ ଆଇଫା ପୁରସ୍କାର ସମୟରେ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ ରେଡ୍‌ କାର୍ପେଟରେ ଦେଖି ଉତ୍ସାହିତ ହୋଇଯାଇଥିଲେ ରିତେଶ। ସେତେବେଳେ ତାଙ୍କ ସହ ଜେନେଲିଆ ମଧ୍ୟ ଉପସ୍ଥିତ ଥିଲେ। ହସି ହସି କଥା ହେବା ସହ ପ୍ରୀତିଙ୍କ ହାତକୁ ଚୁମ୍ବନ ଦେଇଥିଲେ ରିତେଶ। ଏହାକୁ ଦେଖି ଇର୍ଷାନ୍ବିତ ହେବା ସହ ମନେ ମନେ ରାଗିଥିଲେ ଜେନେଲିଆ। ବାସ୍‌ ଘରକୁ ଫେରିବା ପରେ ରିତେଶଙ୍କର ସେ କି ଅବସ୍ଥା କରିଛନ୍ତି ତାହା ଭିଡିଓରେ ଦେଖାଯାଇଛି। ଆଉ କେବେ ବି ଏଭଳି କରିବେ ନାହିଁ ବୋଲି ଅଭିନେତା କହିଛନ୍ତି।

Share