ଜୁଲାଇ ପହିଲାରୁ ସବୁ ଜିଲାରେ ଆରମ୍ଭ ହେବ ମିଳିତ ଜନ ଶୁଣାଣି

ଭୁବନେଶ୍ୱର,୨୬।୬: ଜୁଲାଇ ପହିଲାରୁ ସବୁ ଜିଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ। ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ସ୍ତରରେ ଜିଲାପାଳ ଏବଂ ଏସ୍‌ପି ସାଧାରଣ ଅଭିଯୋଗ ଶୁଣାଣି କରିବେ।

ଏଥିସହିତ ଶୁଣାଣି ଲାଗି ଆସିଥିବା ସମସ୍ତ ଅଭିଯୋଗର ରେକର୍ଡ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ଅଭିଯୋଗକୁ ଜନ ଶୁଣାଣି ପୋର୍ଟାଲରେ ରେକର୍ଡ ରଖିବାକୁ ନିର୍ଦ୍ଦେଶ ରହିଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ନିର୍ଦ୍ଦେଶ ଜାରି କରିଛନ୍ତି।

ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣବିଧି କାରଣରୁ ଗତ କିଛି ମାସ ହେଲା ଜନ ଶୁଣାଣି ବନ୍ଦ ଥିଲା। ଏବେ ଏହାକୁ ପୁନଃ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share