ଜାନୁୟାରୀ ୭ରେ ବାଂଲାଦେଶରେ ସାଧାରଣ ନିର୍ବାଚନ

ଢାକା,୧୫।୧୧: ଜାନୁୟାରୀ ୭ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବାଂଲାଦେଶ ମୁଖ୍ୟ ନିର୍ବାଚନ କମିଶନର କାଜୀ ହବିବୁଲ ଆୱାଲ ବୁଧବାର ଘୋଷଣା କରିଛନ୍ତି।
ବଢୁଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ବାଂଲାଦେଶ ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି। ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ଏବଂ ଏହାର ସହଯୋଗୀମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରି ପରିବହନ ଅବରୋଧ ଅଭିଯାନ ଚଳାଇଛନ୍ତି।
ପ୍ରଧାନମନ୍ତ୍ରୀ ହସିନାଙ୍କ ନେତୃତ୍ୱରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶାସକ ଆୱାମୀ ଲିଗ କହିଛି। ଅକ୍ଟୋବର ୨୮ ଠାରୁ ବିରୋଧୀ ଦଳ ସେମାନଙ୍କ ଦାବି ପାଇଁ ପରିବହନ ଅବରୋଧ କରୁଛନ୍ତି। ଗତ ତିନି ସପ୍ତାହ ମଧ୍ୟରେ ରାଜନୈତିକ ହିଂସାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି।

Share