ଜେନେରେଟର ଧୂଆଁ ନେଲା ୨ ଜୀବନ

ଢେଙ୍କାନାଳ,୧୬ା୧୨(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ମାନପୁର ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ଏକ ଇଟାଭାଟିରେ କାମ କରୁଥିବା ୨ଜଣ ଶ୍ରମିକଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଜେନେରେଟର ଧୂଅଁାରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ଗୁରୁତର ଜଣେ ଶ୍ରମିକଙ୍କୁ ପ୍ରଥମେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ବ୍ରାହ୍ମଣୀ ନଦୀ କୂଳରେ ଏହି ଇଟାଭାଟି ବେଆଇନ ଭାବେ ଚାଲୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଥିବା ବେଳେ ଓଡ଼ାପଡ଼ା ତହସିଲଦାର ଓ ରାଜସ୍ବ କର୍ମଚାରୀ ଏ ବିଷୟରେ ଜାଣି ନ ଥିବା କହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।
ଘଟଣାରୁ ଜଣାପଡିଛି, ଅନୁଗୋଳ ଜିଲା ପାଲଲହଡ଼ା ଥାନା ଈଶ୍ୱରନଗର ଅଞ୍ଚଳର ବିକ୍ରମ କୁନକୁଲଙ୍କ ପୁଅ ବିଶ୍ରା କୁନକୁଲ(୧୯) ଓ ଶୁକଲାଲ ବାନାରାଙ୍କ ପୁଅ ରସାଇ ବାନରା(୧୯) ଏବଂ ଉକ୍ତ ଅଞ୍ଚଳର କାଣ୍ଡେ ବାନରା ମାନପୁର ଗ୍ରାମସ୍ଥିତ ଇଟା ଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ରାତିରେ ସେମାନେ ଅନ୍ୟ ଶ୍ରମିକଙ୍କ ସହ ଇଟାଭାଟି ନିକଟରେ ଥିବା ଏକ ପକ୍କାଘରେ ଶୋଇଥିଲେ। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଘରର କବାଟ, ଝରକା ବନ୍ଦ କରି ଦେଇଥିବା ବେଳେ ଲାଇଟ୍‌ ଜଳାଇବାକୁ ଭିତରେ ଥିବା ଏକ ଜେନେରେଟର ଲଗାଇଥିଲେ। ହେଲେ ଜେନେରେଟରରୁ ବାହାରୁଥିବା ଧୂଆଁରେ ୩ଜଣ ଶ୍ରମିକ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଅନ୍ୟମାନେ ଘଟଣା ସମ୍ପର୍କରେ ଭାଟି ମାଲିକଙ୍କୁ ଫୋନରେ ଜଣାଇଥିଲେ। ଏହାପରେ ୨ ଶ୍ରମିକଙ୍କୁ ଏକ କମ୍ପାନୀ ଆମ୍ବୁଲାନ୍ସରେ ବଅଁରପାଳସ୍ଥିତ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୁରୁତର ଶ୍ରମିକ ବିଶ୍ରା ଓ ରସାଇଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଶ୍ରମିକ କାଣ୍ଡେ ବାନରାଙ୍କୁ ଭାଟି ମାଲିକଙ୍କ ପକ୍ଷରୁ ଏକ ଘରୋଇ ଗାଡିରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବରପାଇ କଣ୍ଟାବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅତିରିକ୍ତ ଶ୍ରମ ଅଧିକାରୀ ହଳଧର ବରାଳ କହିଛନ୍ତି, ଶ୍ରମ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଆଇନ ମୁତାବକ କ୍ଷତିପୂରଣ ପ୍ରଦାନ କରାଯିବ। ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଛନ୍ତି, ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅଛନ୍ତି। କଣ୍ଟାବଣିଆ ଥାନାରେ ନଂ. ୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଇଟାଭାଟି ମାଲିକଙ୍କୁ ଠାବ କରାଯାଇଛି। ତହସିଲଦାରଙ୍କ ସହିତ ଆଲୋଚନା ପରେ ଭାଟି କାଗଜପତ୍ର ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri